csstore

ଶ୍ରଦ୍ଧାରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ)) : ସେକ୍ଟର ୧୬ ସ୍ଥିତ ଦିବ୍ୟାଙ୍ଗଙ୍କ ପ୍ରତି ସମର୍ପିତ ଶ୍ରଦ୍ଧା ଅନୁଷ୍ଠାନ ଆନୁକୂଲ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଅନୁଷ୍ଠାନ ଛାତ୍ରୀମାନେ ନିଜ ହାତରେ ପୂର୍ବରୁ ପ୍ରସ୍ତୁତ କରିଥିବା ରାକ୍ଷୀକୁ ଅତି ଆଗ୍ରହ ସହିତ ସେମାନଙ୍କ ସହପାଠୀ ଛାତ୍ର ମାନଙ୍କ ହାତରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ରାକ୍ଷୀ ବାନ୍ଧିଥିଲେ । ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନର ସମେତ ଅଭିଭାବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ୟାମଦେବକୀ ଅନୁ – ସଭାପତି ଶୁଭକାନ୍ତ ବୋଇତି, ପ୍ରୟାସ ଅନୁଷ୍ଠାନର ଶ୍ରୀଧର ମଲ୍ଲିକ, ଏ.ଆର୍‌. ବି.ଏଫ୍‌ର ଡଃ ଅନ୍ତର୍ଜିତା ନାୟକ, ଅର୍ପଣର ସମ୍ପାଦକ ସୌମ୍ୟରଞ୍ଜନ ମହାନ୍ତି, ମାଣିକର ସମ୍ପାଦିକା କାମିନୀ ମହନ୍ତ, ମିରରର ବିଶ୍ଵଜିତ ରାଉତ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ସହ ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପଶୁପତିନାଥ ଚାଟାର୍ଜୀ, ସଭାପତି ଡଃ. ରାମକୃଷ୍ଣ ବିଶ୍ଵାଳ, ଉପ ସଭାପତି ଡ଼. ପ୍ରଭାକର ନାୟକ, ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅତିଥିମାନେ ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଅଭିଭାବକ, ସ୍ଵତନ୍ତ୍ର ଶିକ୍ଷକ, ସ୍ଵତନ୍ତ୍ର ବିଦ୍ୟାଳୟ ବ୍ୟତିତ ସମାଜ ଏବଂ ସରକାର ଙ୍କ ର ଗୁରୁତ୍ଵ ଭୂମିକା ରହିଛି ତଥା ଏମାନଙ୍କୁ ଥଇଥାନ କରି ମୁଖ୍ୟସ୍ରୋତରେ ସାମିଲ୍ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରୀତି ବାରିକ, ସୁଜାତା ରାଉତ, ଅଞ୍ଜଳି ମହାରଣା, ସୁକୁମାର ପାଣ୍ଡବ, ଧୀରେନ୍ ଓଝା ଏବଂ ସନ୍ତୋଷୀ କୁମ୍ଭାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଉପସଭାପତି ଡ଼. ପ୍ରଭାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.