ଡିୱାଇଏଫଆଇର ୭ମ ରାଉରକେଲା ଆଂଚଳିକ ଜିଲ୍ଲା ସମ୍ମୀଳନୀ ଅନୁଷ୍ଠିତ

  • ଆସନ୍ତା ୧୦ ଓ ରାଜ୍ୟ ସମ୍ମୀଳନୀ ଆସନ୍ତା ୩୦ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଡିୱାଇଏଫଆଇର ୭ମ ରାଉରକେଲା ଆଂଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏକ ୧୫ ଜଣିଆ କମିଟି ଗଠନ ହେବା ସହିତ ସତ୍ୟମ ତନ୍ତୀ ସଭାପତି ଓ ଲଲାଟେନ୍ଦୁ ନାୟକ ସଂପାଦକ ନିର୍ବାଚିତ ହୋଇଛନ୍ତି । ଆଗାମୀ ଅଗଷ୍ଟ ୧୦ ତାରିଖ ବଣାଇଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନର ୧୪ ତମ ଜିଲ୍ଲା ସମ୍ମିଳନୀ ଓ ଅଗଷ୍ଟ ୩୦-୩୧ରେ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନର ୧୩ ତମ ରାଜ୍ୟ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯିବା ସହିତ ଆଗାମୀ ଦିନରେ ଯୁବ ସମାଜକୁ ସଂଗଠନ ରେ ସାମିଲ କରି ଯୁବ ଆନ୍ଦୋଳନ ଗଢ଼ି ତୋଳିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.