csstore

ଆୟର୍ବେଦ କଲେଜ ଅଡିଟରିୟମ ନିର୍ମାଣରେ ମନ୍ଥରତା କ୍ଷେତ୍ର ପରିଦର୍ଶନ କରି କ୍ଷୋଭ ପ୍ରକାଶ କଲେ ନରସିଂହ

  • ସୁବର୍ଣ୍ଣ ଜୟନ୍ତୀ ପୂର୍ବରୁ ପ୍ରକଳ୍ପ ସମ୍ପୁନ୍ନତାକୁ ନେଇ ସନ୍ଦେହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ପରିଦର୍ଶନରେ ଯାଇଥିଲେ । ଶ୍ରୀ ମିଶ୍ର ବଲାଙ୍ଗିର ବିଧାୟକ ଥିବା ବେଳେ ପୁରାତନ ଛାତ୍ର ସଂସଦ ଓ ଆୟୁର୍ବେଦିକ ଛାତ୍ର ସଂସଦଙ୍କ ଅନୁରୋଧ କ୍ରମେ ଆୟର୍ବେଦ ମହାବିଦ୍ୟାଳୟ ପରିସରରେ ପାର୍କିଂ ଓ ଶ୍ରେଣୀ ଗୃହ ପଂଚକର୍ମ ଥରାପି ଗୃହ ସାରଦେଶ୍ୱରୀ ଆୟୁର୍ବେଦିକ ଚିକିତ୍ସାଳୟରେ କମ୍ପାଉଣ୍ଡ ୱାଲ, ଲାଇବ୍ରେରୀ ଓ ଅଡିଟରିୟମ ଏବଂ ମହାବିଦ୍ୟାଳୟର ମେନ ଗେଟ ତଥା ହର୍ବାଲ ଗାର୍ଡେନକୁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ପଠାଯାଇଥିଲା । ଯାହାକି ୨୯.୧୨.୨୦୨୨ରୁ ସ୍ୱାସ୍ଥ୍ୟ ବିଭାଗ ଏହା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିବା ସହ କାର୍ଯ୍ୟାରମ୍ଭ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ ଦିର୍ଘ ଅଢେଇ ବର୍ଷରୁ ଅଧିକ ହେବ ପ୍ରକଳ୍ପର ମଞ୍ଜୁରି ସହ ଅର୍ଥ ମଞ୍ଜୁର ହୋଇଥିବା ସତ୍ୱେତ୍ତ ସମ୍ପୁର୍ଣ୍ଣ ହେବାରେ ଢେର ବିଳମ୍ବ ହୋଇସାରିଛି । ବିଶେଷ କରି କଲେଜ ଅଡିଟରିୟମ ଯାହାର ବ୍ୟୟ ଅଟକଳ ୧୪ କୋଟି ୫୩ ଲକ୍ଷ ଟଙ୍କା ଅଛି ତାହାର ନିର୍ମାଣ କାର୍ଯ୍ୟ ଏତେ ମନ୍ଥର ଅଛି ଯେ ପୁରାତନ ଛାତ୍ର ସଂଘ ଦ୍ୱାରା ଆୟୋଜନ ହେବାକୁ ଥିବା ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପୂର୍ବରୁ ଏହା ସମ୍ପୁର୍ଣ୍ଣ ହୋଇପାରିବ ନା ନାହିଁ ତାହା ସନ୍ଦେହ ଘେରରେ ଅଛି । ପୁରାତନ ଛାତ୍ର ସଂସଦ ସଭାପତି ବାସୁଦେବ ପତି ଓ ସଦସ୍ୟଙ୍କ ଅନୁରୋଧ କ୍ରମେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ର କଲେଜ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ତା ସହ ଅଧିକ୍ଷଣ ଯନ୍ତ୍ରୀଙ୍କୁ କାର୍ଯ୍ୟରେ ଶିଘ୍ରତା ଆଣିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ବିଭାଗୀୟ ବିଲଡିଂ ପାଇଁ ଆସିଥିବା ଅନୁଦାନ ପର୍ଯ୍ୟାପ୍ତ ନ ହେବାରୁ ସଂଶୋଧନ ଅଟକଳ ପାଇଁ ଯାଇଥିବା ଆବେଦନ ଆଜି ପର୍ଯ୍ୟନ୍ତ ବିଭାଗ ପାଖରେ ପଡିରହିଥିବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ହର୍ବାଲ ଗାର୍ଡେନ ନିର୍ମାଣ, କଲେଜ ବାଉଡ୍ରି ୱାଲ ଓ ପଂଚକର୍ମ ହଲ ନିର୍ମାଣ ମଧ୍ୟ ବିଳମ୍ବ ହେଉଛି ତେଣୁ ଏହି ସବୁକୁ ଶିଘ୍ର ସମାପ୍ତ କରନ୍ତୁ ବୋଲି ଅଧିକ୍ଷଣ ଯନ୍ତ୍ରୀଙ୍କୁ କହିଛନ୍ତି । ଆଜିର ଏହି ପରିଦର୍ଶନ ସମୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡା. ଶିବବ୍ରତ ବେହେରା, ଛାତ୍ର ସଂସଦ ସଭାପତି ଓମ୍‌ ପ୍ରକାଶ, ଡା. ସୁକାନ୍ତ ମେହେର, ସେକ୍‌ସନ ଅଫିସର ନବ କିଶୋର ମାଝି, ଡା. ପ୍ରକାଶ ଦାଶ ଓ ଡାକ୍ତରି ଛାତ୍ର ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.