csstore

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ସମାପ୍ତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ସ୍ୱାଗତ ଭାଷଣ ଦେଲା ପରେ ସଭାପତି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସଂପାଦକ କପିଳେଶ୍ୱରୀ ଖମାରୀ ପୂର୍ବ ବୈଠକର ବିବରଣୀ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ । କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା ଆୟ ବ୍ୟୟର ବିବରଣୀ ଦେବା ସହିତ ମଂଚର ଆକ୍ସନ ପ୍ଲାନ ଓ ବଜେଟ ଉପସ୍ଥାପନ କରିଥିଲେ । ଆସନ୍ତା ଦିନରେ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ କରିବା ପାଇଁ ସ୍ୱାସ୍ଥ୍ୟ ସଂଯୋଜକ ତଥା ଉପଦେଷ୍ଟା ଅଶୋକ କୁମାର ମିଶ୍ର ପ୍ରସ୍ତାବ ଆଗତ କରିଥିଲେ । ତତ ସଂଗେ ସଂଗେ ଆହୁରି ଅନେକ ଆଲୋଚନା କରାଯାଇଥିଲା ଏବଂ ସମସ୍ତ ପ୍ରସ୍ତାବ ଗୁଡିକ ଉପସ୍ଥିତ ସଭ୍ୟମାନଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା । ବୈଠକରେ ଉପଦେଷ୍ଟା ଧନଞ୍ଜୟ ମିଶ୍ର, ଦୁର୍ଗା ପ୍ରସାଦ ହୋତା, ପଦ୍ମ ଚରଣ ଆଚାର୍ଯ୍ୟ, ଉପସଭାପତି ହରେକୃଷ୍ଣ ମେହେର, ଅଶୋକ କୁମାର ଚାନ୍ଦ ଏବଂ ଗୌର ଚନ୍ଦ୍ର ପୁରୋହିତ, ପୂର୍ଣ୍ଣ ଚନ୍ଦ୍ର ମେହେର, ବିନୟ କୁମାର ମିଶ୍ର, ବିପିନ ବିହାରୀ ପୁରୋହିତ, ଡା. ପ୍ରମୋଦ କୁମାର ମିଶ୍ର, ନବୀନ କୁମାର ନନ୍ଦ, ପ୍ରମୋଦ କୁମାର ଗୁରୁ, ସୁରେନ୍ଦ୍ର ନେଗୀ, ପ୍ରଦ୍ୟୁମ୍ନ ଗଡତିଆ, ଗଣେଷ ଚନ୍ଦ୍ର ପାଢୀ, ତ୍ରିଲୋଚନ ଦାସ, କୃଷ୍ଣ ଚନ୍ଦ୍ର ନାଥ, ଛାୟାକାନ୍ତ ସାହୁ ଆଦି କାର୍ଯ୍ୟକାରିଣୀ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ । ଶେଷରେ ସୁନିଲ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.