କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରୋଟାରୀ କ୍ଲବର ୪୫ତମ ଅଧିଷ୍ଠାନ ଉତ୍ସବ ସେନାପତି ରିସିଡେନସି ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଆଇଏସ ଅଫିସର (ଡି.ଜ.ଇ ଆର.ଆଇ) ରୋଟାରିଆନ ଅନିଲ କୁମାର ସାମଲ ଯୋଗ ଦେଇ ରୋଟାରୀର ସେବା ଭାବନାର ଉଚ୍ଚ ପ୍ରଶଂସା କରିଥିଲେ । ଏଥି ସହିତ ଗତ ବର୍ଷ ଅର୍ଥାତ ୨୦୨୪-୨୫ ବର୍ଷରେ ରୋଟାରି କ୍ଲବ ଫୁଲବାଣୀ ର ଉଲେଖନୀୟ କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆ ବୁକ ରେକର୍ଡ ଏବଂ ଏସିଆ ବୁକ ରେକର୍ଡରେ ସ୍ଥାନ ପାଇଥିବାରୁ ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ସବୁଠାରୁ ଆକର୍ଷଣୀୟ ଥିଲା ମାତୃ ପିତୃ ବନ୍ଦନା ଉତ୍ସବ ଯେଉଁଥିରେ ୧୫୦୦ ଶହ ଛାତ୍ର ଛାତ୍ରୀ ଏବଂ ତାଙ୍କର ଅଭିଭାବକ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ୨୦୨୫-୨୬ ବର୍ଷ ପାଇଁ ରୋଟାରୀଆନ୍ ପ୍ରକାଶ କୁମାର ପଣ୍ଡା ସଭାପତି ଓ ଆଇନଜୀବୀ ବିରଜା ପ୍ରସାଦ ନାହାକ ସଂପାଦକ ଭାବରେ ପୂର୍ବ ସଭାପତି ରୋଟାରୀଆନ୍ ବିପ୍ର ଚରଣ ପାତ୍ର ଏବଂ ସଂପାଦକ ଆଇନଜୀବୀ ରୋଟାରୀଆନ ବିଜୟ କୃଷ୍ଣ ପଟ୍ଟନାୟକଙ୍କ ଠାରୁ ଦାୟିତ୍ତ୍ୱ ଗ୍ରହଣ କରିଥିଲେ । ସଭାପତି ଶ୍ରୀ ପଣ୍ଡା ଦାୟିତ୍ୱ ଗ୍ରହଣ ପରେ ଆଗାମୀ ବର୍ଷରେ ରୋଟାରୀ ଯେଉଁ କାର୍ଯ୍ୟକ୍ରମ କରିବ, ସେ ସଂପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ । ନିଜର ନୂଆ ଟିମକୁ ସମସ୍ତଙ୍କ ସହ ପରିଚିତ କରିବା ଅବସରରେ ସେ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସହଯୋଗ କାମନା କରିଥିଲେ । ଏହି ଅଧିଷ୍ଠାନ ଉତ୍ସବରେ ଜିଲ୍ଲା ବାହାରୁ ଆସିଥିବା ରୋଟାରୀ କ୍ଲବ୍ର ପ୍ରତିନିଧି ଯୋଗଦେଇଥିଲେ । ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଅତିଥି ଏବଂ ପୂର୍ବ ସଭାପତି ଓ ସଂପାଦକଙ୍କୁ ସଭାପତି ଶ୍ରୀ ପଣ୍ଡା ସମ୍ମାନୀତ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଂଚାଳନ ରୋଟାରୀଆନ୍ ପ୍ରସନ୍ନ ପଣ୍ଡା ଏବଂ ଡି ଅରୁଣା କରିଥିଲେ । ଏହି ଅବସରରେ ସମସ୍ତ ରୋଟାରୀ ସଦସ୍ୟ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଂପାଦକ ବିରଜା ପ୍ରସାଦ ନାହାକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ ।
