csstore

ରାମଚଣ୍ଡୀ ମନ୍ଦିରରେ ବୃକ୍ଷ ରୋପଣ

ବରଗଡ, (ମୁନ୍ନା ସାହୁ ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଲାଦେର୍ପଲୀ ରାମଚଣ୍ଡୀ ମନ୍ଦିରଠାରେ ଅନୁଷ୍ଠିତ ସମ୍ବଲପୁରୀ ଦିନ୍ ଲେଥା ପ୍ରଦର୍ଶନୀ ଅବସରେ ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଫଳ ଓ ଔଷଧୀୟ ବୃକ୍ଷ ରୋପଣ କରଯାଇଥିଲା । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଆକାଶ ବିଶ୍ୱାଳ, ଅତାବିରା ବ୍ଲକ ପୁର୍ବତନ ସଭାପତି ଦିବାକର ପଧାନ, ବ୍ଲକ ସଭାପତି ସୁରେନ୍ଦ୍ର ସ୍ୱାଇଁ, ସମ୍ପାଦକ ଦକ୍ଷିଲ ପଧାନ, ଦୟାନିଧି ପଧାନ, ଗୁଣନିଧି ପଧାନ, ରେମେଣ୍ଡା ମନ୍ଦିର କମିଟି ସଭାପତି ଯୋଗେଶ୍ୱର ସାହୁ, ଛତିଶଗଡ କୁଲୁତା ସମାଜ ସଭାପତି ଗିରିଧାରୀ ସାହୁ, ଉପ ସଭାପତି ନନ୍ଦକିଶୋର ଭୋଇ, କିଶୋର କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏ ଅବସରେ ଲେଥା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ଯୁବ ସମାଜସେବି ଅସୀମ ଭୋଇ ମୋମେନ୍ଟୋ ଓ ବୃକ୍ଷ ସହ ସମ୍ମାନିତ କରିଥିଲେ ।

jayashree
Leave A Reply

Your email address will not be published.