ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଓକିଲ ସଂଘର ବରିଷ୍ଠ ଓକିଲ ଆଶୁତୋଷ ଷଡଙ୍ଗୀଙ୍କ ମାତା ପ୍ରମୋଦିନୀ ଷଡଙ୍ଗୀଙ୍କ ବିୟୋଗ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ସେ ବହୁତ ଦିନରୁ ଅସୁସ୍ଥ ରହି ମହାଲକ୍ଷ୍ମୀ ନଗର ସ୍ଥିତ ନିଜ ବାସଗୃହରେ ଚିକିତ୍ସିତ ହେଉଥିଲେ । ବୁଧବାର ରାତି ପ୍ରାୟ ୨ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ ବେଳେ ତାଙ୍କର ଉଭୟ ପୁତ୍ର ଆଶୁତୋଷ ଷଡଙ୍ଗୀ ଓ ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗୀ, ଜ୍ୱାଇଁ ଜ୍ଞାନେନ୍ଦ୍ର ମିଶ୍ର ଓ ଅନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ । ଗୁରୁବାର ଦିନ ୧୨ଟା ସମୟରେ ସ୍ଥାନୀୟ ବିଭୁତିପଡା ଶ୍ମାଶାନରେ ତାଙ୍କର ଅନ୍ତୋଷ୍ଟି କ୍ରୀୟା ସମ୍ପନ୍ନ ହୋଇଯାଇଛି । ସାନପୁଅ ସୁରେଶ ଚନ୍ଦ୍ର ଷଡଙ୍ଗୀ ମୁଖାଗ୍ନି ଅର୍ପଣ କରିଥିଲେ । ତାଙ୍କ ଶବାଧାର ଓ ଅନ୍ତେଷ୍ଟି କ୍ରିୟାରେ ବଲାଙ୍ଗିରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି ।
Next Post