ପୋଷାକ ବିତରଣ ଉତ୍ସବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ କ୍ଲଷ୍ଟର ଅନ୍ତର୍ଗତ ଲୁଡୁକିବେଡା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବୈଷ୍ଣବ ଗଡତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ହାଉସ ଡ୍ରେସ, ଟୋପି, ଜୋତା, ମୋଜା ଓ ପରିଚୟ ପତ୍ର ବିତରଣ କରିଥିଲେ । ପ୍ରତି ବୁଧବାର ଓ ଶନିବାର ହାଉସ ଡ୍ରେସ ପୋଷାକ ପିନ୍ଧିବା, ଅନ୍ୟ ଦିନ ଗୁଡିକରେ ବିଦ୍ୟାଳୟ ଗଣବେଶ ପିନ୍ଧିବା, ଜୋତା ମୋଜା ନିଶ୍ଚୟ ପିନ୍ଧି ବିଦ୍ୟାଳୟକୁ ଆସିବାକୁ ଉତ୍ସାହିତ କରିଥିଲେ । ସିଆରସିସି ରମେଶ ଭୋଇ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରତିଦିନ ସଫାସୁତୁରା ହୋଇ ସ୍ୱଚ୍ଛ ପୋଷାକ ପିନ୍ଧିବା ଉତ୍ତମ ଛାତ୍ରର କର୍ତ୍ତବ୍ୟ ବୋଲି କହିଥିଲେ । ଶିକ୍ଷକ ଚିତ୍ରସେନ ସାହୁ ଓ ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟସଭ୍ୟା ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଶିଶିର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଛିତକେଲ ବନ୍ଧଲୀ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ପ୍ରଧାନଶିକ୍ଷକ ବ୍ୟାସଦେବ ଭୋଇ, ଶିକ୍ଷକ କୀର୍ତନ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଭ୍ୟସଭ୍ୟାଙ୍କ ତତ୍ୱାବଧାନରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.