ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସମ୍ପୁର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ସ୍ନେହା ଅରୁଗୁଲା ଯୋଗଦାନ କରି ପାଇକମାଲ ବ୍ଲକର ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଚ ପଦକ ହାସଲ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ ତଥା ଆକଂକ୍ଷୀ ହାଟର ଉଦଘାଟନ କରି ଭୋକାଲ ଫର ଲୋକାଲ ପରିଦର୍ଶନ ସହ, ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଓ ଶ୍ରେଣୀ ପରିଦର୍ଶନ କରିଥିଲେ । ସମ୍ମାନିତ ଅତିଥିଭାବେ ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ ଭାଷାର ବିଶ୍ଵ ଦରବାରରେ ଆଦୃତ ହେବା କଥା ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଗୋବର୍ଦ୍ଧନ ଭୁଏ, ଏଡିଇଓ ବିନୟ ପ୍ରକାଶ ସଏ, ବିଇଓ ଅଦନ ସୁନା ଜିଲ୍ଲା ଯୋଜନା ଯୁଗ୍ମ ନିର୍ଦ୍ଦେଶକ ଉଦ୍ଧବ ଚରଣ ନାୟକ ମଞ୍ଚାସୀନ ଥିଲେ । ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବା ସ୍ୱାସ୍ଥ୍ୟ, କୃଷି ସହ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ଏଥିସହ ଏଠାରେ ବସିଥିବା ୧୪ଗୋଟି ଆକାଂକ୍ଷୀ ହାଟର ଏସଏଚଜି ଗ୍ରୁପମାନଙ୍କୁ ମଧ୍ୟରେ ସମ୍ମାନିତ କରିଥିଲେ ଅତିଥି ମାନେ । ଆକାଂକ୍ଷୀ ବ୍ଲକ ସଂଯୋଜକ ମଧୁସ୍ମିତା ବେହେରା ଏବିଡିଓ ଦେବାଶିଷ ସିନ୍ନା ଓ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ପ୍ରକୃତି ବନ୍ଧୁ ବଡ଼ ଶତପଥୀ ମୁଖ୍ୟ ଅତିଥିଙ୍କୁ ଏକ ଅଶୋକ ଚାରା ଉପହାର ଦେଇରୋପଣ କରିବା ପାଇଁ ଅନୁରୋଧ କରିଥିଲେ । ତ୍ରିଲୋଚନ ନାଏକ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post