ବରଗଡ଼ରେ ପ୍ଲାଷ୍ଟର ଅଫ ପେରିସର ମୂର୍ତ୍ତି ବିକ୍ରିର ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଦାବିପତ୍ର

ବରଗଡ, (ମୁନ୍ନା ସାହୁ) : ବରଗଡ଼ରେ ପ୍ଲାଷ୍ଟର ଅଫ ପେରିସର ମୂର୍ତ୍ତି ବିକ୍ରିର ପ୍ରତିବାଦ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ଅପରାହ୍ନ ୨ଟା ସମୟରେ ବରଗଡ଼ର ଶିଳ୍ପୀ ସଂଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କୁ ଦାବିପତ୍ର ପ୍ରଦାନ କରି ବରଗଡ଼ରେ ଜଳରେ ବିସର୍ଜିତ ପ୍ଲାଷ୍ଟର ଅଫ ପେରିସର ମୂର୍ତ୍ତି ବିକ୍ରି ବନ୍ଦ କରିବା ପାଇଁ ଦାବି କରାଯାଇଛି । ଦୀର୍ଘ ବର୍ଷ ଧରି ଶିଳ୍ପୀ ସଂଘ ମାଟିରେ ତିଆରି ଗଣେସ, ମା’ ଲକ୍ଷ୍ମୀ, ମା’ ଦୁର୍ଗା ଓ ମା’ ସରସ୍ୱତୀଙ୍କ ମୂର୍ତ୍ତି ତିଆରି କରି ନିଜ ପେଟ ପୋଷୁଥିବା ବେଳେ ଗତ ପାଞ୍ଚ ବର୍ଷ ହେବ ପଡୋଶୀ ରାଜ୍ୟର କିଛି ଲୋକେ ଆସି ବରଗଡ଼ରେ ପ୍ଲାଷ୍ଟର ଅଫ୍‌ ପେରିସର ମୂର୍ତ୍ତି ବିକ୍ରି କରୁଛନ୍ତି ଯାହାଦ୍ୱାରା ବରଗଡ଼ର ଶିଳ୍ପୀ ସଂଘର ଆର୍ଥିକ ପରିସ୍ଥିତି ଖରାପ ହେଉଥିବା ବେଳେ ଏହା ଜଳ ଓ ଚାଷ ଚାର୍ଯ୍ୟକୁ ମଧ୍ୟ ଖରାପ କରୁଛି । ତେବେ ବରଗଡ଼ ପ୍ରଶାସନ ଏହି ଦିଗରେ ଧ୍ୟାନ ଦେଇ ବରଗଡ଼ରେ ପ୍ଲାଷ୍ଟର ଅଫ୍‌ ପେରିସ ମୂର୍ତ୍ତି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରାଯାଇଛି । ଅନେକ ସ୍ଥାନରେ ପ୍ରଶାସନ ଏହି ମୂର୍ତ୍ତି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ବରଗଡ଼ରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.