ତୁଷୁରା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍.ଏ.ସିର ୫ ନମ୍ବର ୱାର୍ଡ ସ୍ଥିତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଦ୍ୱିତୀୟ ପିତା ମାତା ଅଭିଭାବକ ଶିକ୍ଷକ ସଂଘ ତଥା ବିଦ୍ୟାଳୟ ପରିଚାଳନା ସମିତିର ବୈଠକ ଅସ୍ଥାୟୀ ସଭାପତି ଟୁକୁମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଚଳିତ ବୈଠକର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଛାତ୍ରୀ ସ୍ନେହା କୁମ୍ଭାର, ସ୍ୱାତୀ ମହାନନ୍ଦ ଓ ରେଶ୍ମା ନାଏକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଶେଷରେ ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ, ବିନ୍ଦୁ ମାହାଣା ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ । ଉକ୍ତ ବୈଠକରେ ୭୦ ଜଣ ଅଭିଭାବକ, ଅଭିଭାବିକା, ପରିଚାଳନା ସମିତି ସଦସ୍ୟ, ସଦସ୍ୟା ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ଅଭିଭାବକମାନଙ୍କ ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବହାର ଉପଯୋଗୀ ଉନ୍ନତ ମାନର ପାଇଖାନା ଯୋଗାଇଦେବା, ବିଦ୍ୟାଳୟ ଚତୁଃପାର୍ଶ୍ଵରେ ସ୍ଥାୟୀ ପାଚେରୀ ନିର୍ମାଣ କରିବା ଓ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବେଞ୍ଚ ଡେକ୍ସର ବ୍ୟବସ୍ଥା କରିବାକୁ ଗଠନ ମୂଳକ ପ୍ରସ୍ତାବ ଗୁଡିକ ଦେଇଥିଲେ ।
Prev Post