୧୧୫ତମ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୧୫ତମ ସାମୁହିକ ଜନ୍ମ ଦିବସ ସେକ୍ଟର ୮ ସ୍ଥିତ ଆଶାର ଆଲୋକ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷାର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ, ସଭାପତି କଳ୍ପନା ଶତପଥୀଙ୍କ ସଭାପତିତ୍ୱ ଓ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ଜୁଲାଇ ମାସରେ ଜନ୍ମ ହୋଇଥିବା ଅନୁଷ୍ଠାନର ସଦସ୍ୟ, ଆଶାର ଆଲୋକର ସଦସ୍ୟ ମାନେ ଯୋଗଦେଇ ପ୍ରାରମ୍ଭରେ ବୃକ୍ଷ ରୋପଣ କରି ତଥା କେକ୍ କାଟି ଜନ୍ମ ଦିନ ପାଳନ କରିଥିଲେ । ପ୍ରାରମ୍ଭରେ ଆବାହକ ଶ୍ରୀ ପଣ୍ଡା, ସଭାପତି ଶ୍ରୀମତୀ ଶତପଥୀ ଓ ସମ୍ପାଦିକା ଶ୍ରୀମତୀ ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଏଭଳି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢାଇଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଚଳିତ ଜୁଲାଇରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉଷାରାଣୀ ଶତପଥୀ, କବି କୁଞ୍ଜବିହାରୀ ରାଉତ, ସୌମ୍ୟରଞ୍ଜନ ପାଢ଼ୀ, ଅର୍ଚ୍ଚନା ଦେବତା, ରୌନକ ଶତପଥୀ, ତରୁଲତା ସାମଲ, ପ୍ରଶାନ୍ତ ପାତ୍ର, ରୀଶା ଚୈ।ଧୁରୀ ପ୍ରମୁଖଙ୍କ ପାଇଁ ଜନ୍ମ ଦିନର କେକ୍ କଟାଯାଇ ଆଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚନ୍ଦ୍ରଶେଖର ଶତପଥୀ, ମଞ୍ଜୁଲତା ପାଢ଼ୀ, ଜ୍ୟୋସ୍ନାରାଣୀ ରାଉତ, ମାନୋଷୀ ଘୋଷ, ସବିତା ପରିଡ଼ା, ସୌଦାମିନୀ ସିଂ, ରବର୍ଟ ହାଇଫିଲ, ସଂଗ୍ରାମ ଭୂୟାଁ, ସସ୍ମିତା ପ୍ରଧାନ, ମନୋଜ ଆଚାର୍ଯ୍ୟ, ପ୍ରଜ୍ଞାପରମିତା ଦାସ, ଧନଲକ୍ଷ୍ମୀ ବେହେରା, ମାଧବୀ ଚୌଧୁରୀ, ଧନଞ୍ଜୟ ଚୈ।ଧୁରୀ, ଲିତାଞ୍ଜଳୀ ପତି, ସଲିତ ପତି, ଡିମ୍ପଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଶାର ଆଲୋକ ତରଫରୁ ସର୍ବଶ୍ରୀ ଆଶୁତୋଷ ପ୍ରଧାନ, ଶିବାନନ୍ଦ ମାଝୀ, ଦୀପକ ସାମଲ, ସୁଜାତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.