csstore

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷାନୀତି ୨୦୨୦’ର ପଞ୍ଚମ ବର୍ଷ ପୂର୍ତ୍ତି

ଭୁବନେଶ୍ୱର, (ପିଆଇବି) : ଶିକ୍ଷାକୁ କେବଳ ବହି କି ବିଦ୍ୟାଳୟରେ ସୀମିତ ନ ରଖି ବ୍ୟାପକ ଓ ବିସ୍ତୃତ କରିବା ପାଇଁ ‘ଜାତୀୟ ଶିକ୍ଷାନୀତି ୨୦୨୦’ରେ ଯେଉଁ ସବୁ ବ୍ୟବସ୍ଥା କରାଯାଇଛି । ତାହା ଶିକ୍ଷା କ୍ଷେତ୍ରରେ ଭାରତ ବର୍ଷକୁ ସମୃଦ୍ଧ ଓ ବିକଶିତ କରିବା ସହ ଅଗ୍ରସର କରାଇନେବ ବୋଲି ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଆୟୋଜିତ ‘ଜାତୀୟ ଶିକ୍ଷାନୀତି ୨୦୨୦’ ପଞ୍ଚମ ବର୍ଷ ପୂର୍ତ୍ତି ସମାରୋହରେ ମତପ୍ରକାଶ ପାଇଛି । କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରତିଷ୍ଠାନର ପ୍ରଫେସର ତଥା ଏନ୍‌.ସି.ଇ.ଆର.ଟିର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି, ଡି.ଏମ୍‌. ସ୍କୁଲର ପ୍ରଧାନଶିକ୍ଷକ ଅଖିଲେଶ୍ୱର ମିଶ୍ର ଯୋଗଦେଇ ଏହି ଶିକ୍ଷାନୀତି କିଭଳି ବହୁଭାଷିକତା, ସ୍ଥାନୀୟତା ସହ ବିଭିନ୍ନ ଦିଗର ସଂଯୋଗ ସେତୁ ତାହା ଦର୍ଶାଇଥିଲେ । ଏହି ଅବସରରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀ- ରିଆ ଦହଙ୍ଗା, ପ୍ରଭୁ ପ୍ରୀତମ, ଦୀପନ୍ୱିତା, କୁସିୟ ଖାନ, ଏବଂ ଆକାଶ ନିଜ ନିଜ ବକ୍ତବ୍ୟ ପ୍ରଦାନ କରି ‘ଜାତୀୟ ଶିକ୍ଷାନୀତି ୨୦୨୦’ର ଆଭିମୁଖ୍ୟ ଓ ଅବଦାନ ଉପରେ ଆଲୋକପାତ କରିଥିଲେ । ଡ. କଳିଙ୍ଗ କେତକୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ ପ୍ରତିଷ୍ଠାନର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ନବୋଦୟ ବିଦ୍ୟାଳୟର ଶିକ୍ଷକ ପ୍ରତିନିଧିଗଣ ଯୋଗଦେଇଥିଲେ, ଏହି ଅବସରରେ ପ୍ରତିଷ୍ଠାନର ପାଠାଗାର ପରିସରରେ ଡ. ପୁଷ୍ପଲତା ନେଗିଙ୍କ ତତ୍ତ୍ୱାବଧାନରେ ପୁସ୍ତକ ପ୍ରଦର୍ଶନ କରାଯାଇଥିଲା । ପ୍ରତିଷ୍ଠାନର ଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଡି.ଏମ୍‌.ସ୍କୁଲର ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ନିଜ ନିଜ ଅନୁଭୂତିରୁ ଜାତୀୟ ଶିକ୍ଷାନୀତିରେ ସଫଳତା କହିଥିଲେ, ପରିଶେଷରେ ଡ. ମାର୍କଣ୍ଡେୟ ଦୀକ୍ଷିତ ଧନ୍ୟବାଦାର୍ପଣ କରିଥିଲେ ।

jayashree
Leave A Reply

Your email address will not be published.