csstore

ବର୍ଷିୟାନ କ୍ରୀଡାବିତଙ୍କ ଜନ୍ମଦିନ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ କ୍ରୀଡାବିତ୍‌ ତଥା ଅବସରପ୍ରାପ୍ତ ଅଧିକାରୀ ବାଞ୍ଛାନିଧି ରଥଙ୍କ ୯୪ତମ ଜନ୍ମ ଦିନ ସ୍ଥାନୀୟ କୋଶଳ ନଗର ସ୍ଥିତ ସାନ ଭାଇ ଡ. ଗୋପବନ୍ଧୁ ରଥଙ୍କ ବାସଭବନରେ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଛି । ଏହି ଅବସରରେ ଭାରତୀୟ ଶିକ୍ଷଣ ମଣ୍ଡଳର ଓଡିଶା – ପଶ୍ଚିମ ର ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ପ୍ରଭୁଦ୍ଧ ପାଠକ ସଂସଦର ସଭାପତି ପ୍ରଶନ୍ନ କୁମାର ମିଶ୍ର, ଅଭିଭାବକ ମଂଚର ସଭାପତି ଧର୍ମବ୍ରତ ରଥ, ଅଭିନନ୍ଦନ ସାହିତ୍ୟ ପରିଷଦର ସାଧାରଣ ସଂପାଦକ ଦିବାକର ହୋତା ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତା ବାଞ୍ଛାନିଥି ରଥଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ଅତିଥି ଗଣ ସେମାନଙ୍କ ବକ୍ତବ୍ୟରେ ଶ୍ରୀ ରଥ ଙ୍କ ନେତୃତ୍ୱରେ ୧୯୫୦ରେ ବଲାଙ୍ଗିର ଜିଲ୍ଲା ଫୁଟବଲ ଟିମ୍‌ ରାୟପୁର ଯାତ୍ରା କରିଥିବା ଏବଂ ଜିଲ୍ଲା ହକି ଟିମର ଉନ୍ନତ ଖେଳ ପ୍ରଦର୍ଶନର ସ୍ମୃତିଚାରଣ କରିବା ସହ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଜମି ଅଧିଗ୍ରହଣ ତଥା ନାଲକୋ ଆଲୁମୁନିୟମ କାରଖାନାରେ ତାଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ କାର୍ଯ୍ୟକର୍ତ୍ତାଗଣ ବିଶିଷ୍ଟ ଲେଖକ ଡ. ଗୋପବନ୍ଧୁ ରଥ ଏବଂ ଅବସରପ୍ରାପ୍ତ ଶିକ୍ଷାବିତ୍‌ ବିନୋଦିନୀ ଉଦ୍‌ଗାତାଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ଉପଢୈାକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନା କରିଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ କାଟୁନିଷ୍ଟ ଅଶ୍ୱିନୀ ରଥ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.