ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟରେ ଶିଶୁ ବାଟିକା ବିଭାଗ ଓ ପ୍ରାଥମିକ ବର୍ଗର ବିଜ୍ଞାନ ମେଳାରେ ୨୪୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିରେ ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଓ ପ୍ରାତଃ ପର୍ଯ୍ୟାୟ ପ୍ରମୁଖା ସୁଜାତା ତ୍ରିପାଠୀ ଶିଶୁ ବାଟିକା ବିଭାଗର ଭାଇଭଉଣୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ବିଦ୍ୟା ମନ୍ଦିର ପରିସରରେ ମୁଖ୍ୟ ଅତିଥି ଭାବେ ସଂକୁଳ ପ୍ରମୁଖ ଡ଼ଃ ଦ୍ଵାଦଶ କୁମାର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଅନୁସନ୍ଧାନ ମୂଳକ ବୈଜ୍ଞାନିକ ଚିନ୍ତାଧାରା ଉପରେ ପ୍ରେରଣା ଦେଇ କୁନିକୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ । କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର ମଞ୍ଚାସୀନ ଥିଲେ ସମ୍ଭାଗ ବିଜ୍ଞାନ ପ୍ରମୁଖ ମମତା ଗଡତିଆ ଉଦ୍ଦେଶ୍ୟ ଜ୍ଞାପନ ସହ ସୂଚନା ପ୍ରଦାନ କରିଥିଲେ । ରାଧାକାନ୍ତ ଗୁରୁଜୀ ସଂଯୋଜନା କରିଥିଲାବେଳେ ଶ୍ରୀ ପୁଞ୍ଜି ମାର୍ଗ ଦର୍ଶନ କରି ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବର୍ଗରୁ ୮୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Next Post