csstore

ଶ୍ରୀ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟି ତରଫରୁ ଛତା ଓ ଜୋତା ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶ୍ରୀସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟି ତରଫରୁ ଛାତ୍ରୀମାନଙ୍କୁ ଛତା ଓ ଜୋତା ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିରର ପୂଜକ ଟଙ୍କଧର ମହାପାତ୍ର, କମିଟିର ସଭାପତି ପ୍ରିତମ ମେହେର, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଶେଷଦେବ ମେହେର, ସନ୍ତୋଷ କୁମାର ମହାନ୍ତି, ନରସିଂହ ଅଗ୍ରୱାଲ, ଚୂଳ ସୁନ୍ଦର ମେହେର, ସୁରେଶ ଦାସ, ମୁନା ମହାନ୍ତି, କେଦାର ସାହୁ, ସୁଶାନ୍ତ ସାହୁ, ଶୈଳେଶ ଚନ୍ଦ୍ର ମହାନ୍ତି ଯୋଗଦାନ ପୂର୍ବକ ଛାତ୍ରୀଙ୍କୁ ଛତା ଓ ଜୋତା ବଣ୍ଟନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଦ୍ୟାଳୟର ପୂଜାରାଣୀ ନାୟକ, ରବୀନା ପଧାନ, ସଂଯୁକ୍ତା ଭୋଇ, ମନୀଷା ଭୋଇ, ବୃନ୍ଦାବତୀ ସାହୁ, ଖୁସବୁ ବରିହା, ଜ୍ୟୋତିରେଖା ମହାନନ୍ଦ, ଅମନ କୁମାର ପଣ୍ଡା, ପ୍ରଭାତୀ ପଟ୍ଟନାୟକ, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ ଉକ୍ତ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.