ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂଆ ଚାକିରୀ କରୁ କରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ସୂଚନା ଯୋଗ୍ୟ ଯେ’ ଭୁବନେଶ୍ୱର ସବ କଲେକ୍ଟର କାର୍ଯ୍ୟାଳୟର ରେଭିନ୍ୟୁ ଷ୍ଟାଫ୍ ସୌରଭ ତ୍ରିପାଠୀ, ଯିଏ, କି ମାର୍ଚ୍ଚ ୨୦୨୪ରେ ସରକାରୀ ଜୀବନ ଆରମ୍ଭ କରିଥିଲେ ବୋଲି କୁହାଯାଏ । ଗୋଟିଏ ସାର୍ଟିଫିକେଟ ମାମଲାରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୋଲି କୁହାଯାଇଛି ।
