କଣ୍ଟାବାଞ୍ଜି ପ୍ରେସ କ୍ଲବ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବ ପଞ୍ଚମ ବାର୍ଷିକ ଉତ୍ସବ ସ୍ଥାନୀୟ ବନମାଳୀ ପେଲେସଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭବେ ବିଧାୟକ ଲକ୍ଷ୍ମଣ ବାଗ, ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା ଏବଂ ମୁଖ୍ୟବକ୍ତା ଭାବେ କେଭି କଲେଜର ପୂର୍ବତନ ପ୍ରିନ୍ସପାଲ ସତ୍ୟବ୍ରତ ମିଶ୍ର ଯୋଗ ଦେଇ ଥିଲେ । ମୁଖ୍ୟ ଅତିଥି କନକ ବର୍ଦ୍ଧନ ସିଂଦେଓ ନିଜ ଅଭିଭାଷଣରେ ସାମ୍ବାଦିକତା, ସମ୍ବାଦ ପରିବେଷଣକୁ ନେଇ ନିଜ ମତ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ବର୍ତ୍ତମାନ ଟିଭି, ପେପରରେ କେବଳ ବ୍ରେକିଂ ନିଉଜକୁ ଗୁରୁତ୍ଵ ଦିଆଯାଇଛି । କିନ୍ତୁ ଲୋକଙ୍କୁ କିଛି ପ୍ରେରଣା ଦାୟକ ଖବର ଆଉ ଦେଖିବାକୁ ମିଲୁ ନାହିଁ । ବିଧାୟକ ଲକ୍ଷ୍ମଣ ବାଗ ନିଜ ଅଭିଭାଷଣରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ହେବାକୁ ଥିବା ଉନ୍ନତି କରଣକୁ ନେଇ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ସେହି ପରିପ୍ରେକ୍ଷୀରେ ସତ୍ୟବ୍ରତ ମିଶ୍ର ପୂର୍ବରୁ ହେଉଥିବା ସାମ୍ବାଦିକତା ଓ ବର୍ତ୍ତମାନ ସାମ୍ବାଦିକତାକୁ ନେଇ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ବାର୍ଷିକ ଉତ୍ସବରେ କିଛି ବିଶିଷ୍ଟ ଲୋକ ମାନଙ୍କୁ ସମ୍ବର୍ଧନା ଦିଆଯାଇଥିଲା । ଏହିକାର୍ଯ୍ୟକ୍ରମରେ ସଭାପତି ପ୍ରବଜିତ୍ ସିଂହ ସାଲୁଜା, ସମ୍ପାଦକ ସୁରଦାସ ବାଗ, କୋଷାଧ୍ୟକ୍ଷ ହନି ସିଂହ, ପରାମର୍ଶଦାତା ଆଶିଷ ଖଇତାନ, ବଣ୍ଟି ଗୁପ୍ତା, ଅଫିସ ସମ୍ପାଦକ ବିଶି କେଶନ୍ ମାଝୀ, ମନୋଜ ଶର୍ମା, ବିବେକ ଶର୍ମା, ଅମିତ୍ ଶର୍ମା, କମଳ ଅଗ୍ରୱାଲ, ସେଲୁ ଜୈନ, ପ୍ରତୀକ ସାହୁ, ଜଗମୋହନ ତାଣ୍ଡି, ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.