କଣ୍ଟାବାଞ୍ଜି ମହାବିଦ୍ୟାଳୟରେ ଦୀକ୍ଷାନ୍ତ ଉତ୍ସବ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ଭୋକେସନାଲ ମହାବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ଉଭୟ ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଛାତ୍ରଛାତ୍ରୀମାନଙ୍କ ଦୀକ୍ଷାନ୍ତ ଉତ୍ସବ ପାଳନ କରାଯାଇଥିଲା । ଏହି ଏହି ଉତ୍ସବଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଦ୍ମଲୋଚନ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସହ ଏକାଡେମୀକ୍ ବର୍ଷର ଅଧ୍ୟାପିକା ଦିଶା ଅଗ୍ରୱାଲ ଦୀକ୍ଷାନ୍ତ ଉତ୍ସବର ମୂଳ ଲକ୍ଷ ଉପରେ ଆଲୋକପାତ କରିଥିଲେ । ଏକାଡେମିକ ବର୍ଷର ଅଧ୍ୟାପକ ରୋହିତ କିଶୋର କୁମ୍ଭାର ଶିକ୍ଷାଦାନ, ଶିକ୍ଷା ଆୟତନ ସହ ଯୁବ ରେଡକ୍ରସ୍ ଉପରେ ଆଲୋକପାତ କରିଥିଲେ । ପ୍ରସାଶନିକ ଅଧିକାରୀ ତଥା ପରୀକ୍ଷା ନିର୍ବାହୀ ଅଧ୍ୟାପକ ଯଶୋବନ୍ତ ନାରାୟଣ ମିଶ୍ର କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା, ବିଭିନ୍ନ ନିୟମ କାନୁନ ଓ ପରୀକ୍ଷା ସମ୍ବନ୍ଧୀତ ବିଷୟ ଆଲୋଚନା କରିଥିଲେ । ଆଇକ୍ୟୁଏସିର ଦାୟିତ୍ଵରେ ଥିବା ଅଧ୍ୟାପକ ଡ. ସୁଶାନ୍ତ ମହାନନ୍ଦ କେମିତି ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ନିଜର ତଥା ଅନୁଷ୍ଠାନର ମାନ ବଢେଇବେ ସେ ବିଷୟରେ ସଚେତନ କରାଇଥିଲେ । ଅଧ୍ୟାପିକା ପ୍ରଭାସିନୀ ରାଉତରାୟ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ନିମିତ୍ତ ଓ ହଷ୍ଟେଲ ସମ୍ବନ୍ଧିତ ସୁଚନା, ବବିତା ଦେବଦର୍ଶିନୀ ବାର୍ଷିକ ମାଗାଜିନ୍ ଓ କାନ୍ଥ ମେଗାଜିନ୍ ବିଷୟ, ଦୀପାଳୀ ଶର୍ମା ପାଠାଗାରର ମହତ୍ତ୍ଵ ଓ ତତ୍ ସଂଲଗ୍ନ ସୂଚନା, ଅଧ୍ୟାପକ ଲକ୍ଷ୍ମଣ କୁମାର ବେହେରା ସରକାରୀ ସ୍ତରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବିଭିନ୍ନ ପ୍ରୋତ୍ସାହନ ଓ ବୃତ୍ତି ସମ୍ପର୍କରେ ସୂଚନା, ସୂର୍ଯ୍ୟକାନ୍ତ ସାହୁ ମହାବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ତଥା ନିଯୁକ୍ତି ମେଳା, ଜତୀନ ଦ୍ଵାରୀ ରାଷ୍ଟ୍ରୀୟ ସାମାଜିକ ସେବା(ଏନ୍‌ଏସ୍‌ଏସ୍‌)ରେ ଭାଗ ନେଇ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି ଓ ମେଡିଆ ସେଲ୍‌ର କାଂର୍ଯ୍ୟକାରିତା ଓ ଉପଯୋଗୀତା, ଉମେଶ ବାଗ ସମୟ ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି)ରେ ଛାତ୍ରଙ୍କ ଭୂମିକା, କରୁଣାକର ନାଏକ ବିଜ୍ଞାନ ସମ୍ବନ୍ଧୀୟ ସୁଚନା ଦ୍ଵାରା ଜାତୀୟ ସ୍ତରରେ କେମିତି ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତିତ୍ୱ ହାସଲ କରିବା, ଖେଳ ଶିକ୍ଷକ କ୍ରିଡ଼ା ଦ୍ଵାରା ମାନସିକ ଓ ଶାରିରୀକ ସୁସ୍ଥତା ଓ ଶିବିର ଉପରେ ଆଲୋକପାତ କରିଥିଲେ । ଶେଷବର୍ଷ ଛାତ୍ରୀ ମଧୁସ୍ମିତା ସାହୁ ମହାବିଦ୍ୟାଳୟରେ ନିଜର ଅନୁଭୁତି ବଖାଣି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବାକୁ ଓ ସମସ୍ୟା ହେଲେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅଧ୍ୟକ୍ଷ ଡ. ବର୍ମା ଅନୁଷ୍ଠାନ ତଥା ଛାତ୍ରଛାତ୍ରୀ ମାନଙ୍କର ଉନ୍ନତି କାମନା କରି ଅନୁଷ୍ଠାନର ସଂକ୍ଷିପ୍ତ ବିବରଣୀ ପ୍ରଦାନ ସହ ଉତ୍ସାହିତ କରିଥିଲେ ଓ ଶେଷରେ ଅଧ୍ୟାପିକା ଉର୍ମିଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.