ଦୁର୍ଗା ପୂଜା କମିଟି ପୁର୍ନଗଠିତ

ଜୟପାଟଣା, (ଶେଷଦେବ ବେହେରା) : ସାର୍ବଜନୀନ ଦୁର୍ଗା ପୂଜା କମିଟି ଜୟପାଟଣା ଚଳିତ ବର୍ଷ ପାଇଁ ପୁର୍ନଗଠିତ ହୋଇଯାଇଛି । ଗତ ୧୮ ତାରିଖ ଦିନ ସହ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ପଦବୀ ପାଇଁ ସୌଦାମିନୀ ଦ୍ଵିବେଦୀ, ଆଇନଜୀବୀଙ୍କୁ ଦ୍ଵିତୀୟ ଥର ପାଇଁ ମନୋନୀତ କରାଯାଇଥିଲା । ଉପସଭାପତି ପଦବୀ ପାଇଁ ପ୍ରମୋଦ କୁମାର ନାୟକ, ଭାରତ ଭୂଷଣ ଅଗସ୍ତି, ରଶ୍ମି ରଞ୍ଜନ ମୁଣ୍ଡ ଏବଂ ଶଙ୍କର ଦୟାଲ ସିଂ ମନୋନୀତ ହୋଇଛନ୍ତି । ସାଧାରଣ ସମ୍ପାଦକ ଭାବେ ବିଶ୍ଵ ରଞ୍ଜନ ପଣ୍ଡା (ଟୁନା) ଏବଂ ମାନସିଂ ନାୟକ, ସହ ସମ୍ପାଦକ ପଦବୀ ପାଇଁ ଅମରେନ୍ଦ୍ର ପଣ୍ଡା, ସାଗର ରଞ୍ଜନ ପଣ୍ଡା ଏବଂ ମଧୁସୂଦନ ପଣ୍ଡା, କୋଷାଧକ୍ଷ ପଦବୀ ପାଇଁ ସୁରଜିତ କୁମାର ପଣ୍ଡା ଏବଂ କ୍ଷମା ସାଗର ପଣ୍ଡାଙ୍କୁ ମନୋନୀତ କରାଯାଇଛି । ସେହିପରି ଉପଦେଷ୍ଟା କମିଟିର ସଦସ୍ୟ ପଦବୀରେ ସମ୍ମାନିତ ବୟୋଜ୍ୟେଷ୍ଠ ଭାବରେ ୨୧ ଜଣଙ୍କୁ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସଦସ୍ୟମାନଙ୍କୁ ନେଇ ସର୍ବମୋଟ୍ ୨୫ ଜଣ ଏବଂ ମହିଳା ବର୍ଗର ୧୫ ଜଣ ସଦସ୍ୟାଙ୍କୁ ନେଇ ନୂତନ ପୂଜା କମିଟି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

jittmm
Leave A Reply

Your email address will not be published.