csstore

“ବୃକ୍ଷ ହିଁ ଜୀବନ ବୃକ୍ଷ” ହିଁ ମିତ୍ର ଏବଂ ବୃକ୍ଷ ହିଁ ଦେବତା

ରାଉରକେଲା, (ସସ୍ମିତା ପ୍ରଧାନ) : “ବୃକ୍ଷ ହିଁ ଜୀବନ”, ବୃକ୍ଷ ହିଁ ମିତ୍ର ଏବଂ ବୃକ୍ଷ ହିଁ ଦେବତା “ଏହି ଚେତନା ମଣିଷ ଭିତରେ ଅବସରି ଯାଉଛି । ହୁଏତ ତାରି ପରିଣତି ମଣିଷଙ୍କୁ ଭୋଗିବାକୁ ପଡିଛି, ଯେଉଁଭଳି ଭାବରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏହି ଚେତନାକୁ ପୁନଃ ଜାଗ୍ରତ କରିବା ପାଇଁ ଏକ ଛୋଟ ପ୍ରୟାସ କରିଛନ୍ତି ଦ ହୁମାନିଟି ଫାଉଣ୍ଡେସନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟ, ଉପ ଅଧ୍ୟକ୍ଷ କାର୍ତ୍ତିକ ରାଉତ, ସମ୍ପାଦିକା ଲିନା ତ୍ରିପାଠୀ, ସହ ସମ୍ପାଦିକା ଶୁଭ ଲକ୍ଷ୍ମୀ ପାତ୍ର, ତାରା କ୍ରୀଷ୍ଣା ମୂର୍ତ୍ତି, ଶୀଲୁ ରଶ୍ମିତା ମଲ୍ଲିକ ପ୍ରମୁଖ ସଦସ୍ୟମାନେ ବୃକ୍ଷରୋପଣ କରି ସମାଜକୁ ସଚେତନତାର ଏକ ବାର୍ତ୍ତା ଦେଇଛନ୍ତି । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା ଶେଷରେ ଫାଉଣ୍ଡେସନର ପ୍ରତିଷ୍ଠିତା ବିଜୟା ନନ୍ଦ ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଶତପଥି ଓ ସ୍କୁଲ ପିଲାମାନ ବୃକ୍ଷ ରୋପଣ କାର୍ଯ୍ୟ କର୍ମରେ ବହୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.