୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଅନ୍ତେବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତରେ କୋଭିଡ କଟକଣାକୁ କରାଯାଇ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିସରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରାମ ରଞ୍ଜନ ପୁରୋହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମେନେଜ‌ମେଣ୍ଟ ସଭ୍ୟା ନିରୂପମା ମହାପାତ୍ର,ସଞ୍ଚିବ ଦାସ,ଦୁର୍ୟ୍ୟୋଧନ ତ୍ରିପାଠୀ,କିରନ ଭାରତୀ,ବିରଞ୍ଚି ନାଏକ,ତିଲକ ରାମ ମାଝୀ,ସୁଚରିତା ପଣ୍ତା, ସୁରଭୀ ବାରିକ, ଯଶୋବନ୍ତି ଭୋଇ, ସୁକ୍ତାନ୍ତି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପିଲା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସେହିପରି ପଦ୍ମପୁର ସ୍ଥାନୀୟ ଗୋରୁ ବଜାର ପାଖରେ ଉପଖଣ୍ତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜ ତଥା ଆମ୍ବେଦକର ବିଚାର ବିକାଶ ମଞ୍ଚ ତରଫରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସଭାପତି ତେଜରାଜ ସୁନା ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପତାକା ଉତ୍ତୋଳନ କରିଥିଲେ । ଏହି ପରିପ୍ରେକ୍ଷୀରେ ସଂପାଦକ ଜଗନ୍ନାଥ ଲୁହାର, ନିରଞ୍ଜନ ମହାନନ୍ଦ, ସମାରୁ ମହାନନ୍ଦ, ପ୍ରଦୀପ ମହାନନ୍ଦ, ଭକ୍ତ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.