csstore

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଶଳ କରାଟେ ସ୍କୁଲ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଜିକେଏସଆର ମୁଖ୍ୟ ପ୍ରଶିକ୍ଷକ ସିହାନ ଅଶୋକ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଲିତ ଶିବିରରେ ବରିଷ୍ଠ ଆଇନଜିବୀ ମାନ ଭଞ୍ଜନ ପାଣିଗ୍ରାହୀ, ବାଲକୃଷ୍ଣ ନାଗ, ଶଶିଭୁଷଣ ନାଗ ମୁଖ୍ୟବକ୍ତା ଯୋଗଦେଇଥିଲେ । ତେବେ ଆନନ୍ଦ କୁମାର ସିଂ ଉପସ୍ଥିତ ରହି ପ୍ରଶିକ୍ଷର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉପଲକ୍ଷେ ଜିକେଏସଆଇ ଏକ ଉଏବ ସାଇଟକୁ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ପ୍ରଶିକ୍ଷଣ ଶିବିରରେ ୩୦ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥି ଯୋଗଦାନ କରିଥିଲେ । ଶିବିର ପରିଚାଲନାରେ କୋଶଳ କରାଟେ ସ୍କୁଲର ନିର୍ଦ୍ଦେଶିକା ମଞ୍ଜୁଲା ବାଗ, ପୂର୍ଣ୍ଣ କୁମାର ସାହୁ, ବିନୟ କୁମାର ଭୋଇ, ଅହଲାଦ ମିଶ୍ର, ମନୋଜ କୁମାର ପୃଷେଠ, ତୁଲସୀ ପ୍ରଶାଦ ସାହୁ, ସନ୍ତୋଷ ପଟେଲ, ସୁମନ୍ତ ସୁନା, ବିକ୍ରମ ମହାନନ୍ଦ, ବିଶ୍ୱଜିତ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.