csstore

ବଙ୍ଗୋମୁଣ୍ଡାରେ ସମାଜସେବୀ ଲଲିତ ନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କମୁାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଆଜି ବଲାଙ୍ଗିରର ସମାଜସେବୀ ଲଲିତ ନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ସମାଜସେବୀ ଅଜିତ କୁମାର ଯୋଶୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧନୁଯାତ୍ରା କମିଟୀର ପ୍ରତିଷ୍ଠାତା ମାଧବ ହଂସ, ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡଃ ନାରାୟଣ ମିଶ୍ର, ସମ୍ମାନୀୟ ଅତିଥି ଭାବେ କିଶୋର ଚନ୍ଦ୍ର ମେହେର, ଆନନ୍ଦ ଅଗ୍ରୱାଲ ପ୍ରମୁଖ ଭାବେ ଉପସ୍ଥିତ ରହି ତାଙ୍କ ସ୍ମୃତି ଚାରଣ କରିଥିଲେ । ଏଥିôରେ ଡ୍ରାଇଭର ୟୁନିୟନ, ଇଲେକ୍ଟ୍ରି ବିଭାଗ, ସ୍ୱାମୀ ବିବେକାନନ୍ଦ ପାଠାଗାର, ସାହିତ୍ୟ କଳା ପରିଷଦ, କ୍ରିକେଟ କ୍ଲବର ସମସ୍ତ ସଦସ୍ୟମାନଙ୍କ ଉପସ୍ଥିତିରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସେ ଗରିବ ଲୋକମାନଙ୍କ ସୁଖ ଦୁଃଖର ସାଥୀ ଏବଂ ବିଭିନ୍ନ ଅନୁଷ୍ଠାନର ସଭାପତି ସହ ଗରିବ ଲୋକମାନଙ୍କୁ ରକ୍ତ ଦେଇ ଜୀବନ ବଂଚାଇବାରେ ସହ ଯୋଗ କରୁଥିବାରେ ତାଙ୍କର ବିୟୋଗରେ ବଙ୍ଗୋମୁଣ୍ଡା ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

jayashree
Leave A Reply

Your email address will not be published.