ବଡ଼ ପୋଡାଗୁଡାରେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀ ମୃତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡାରେ ଏକ ଦୁଃଖଦ ଘଟଣା ଘଟିଛି । ଆଜି ସକାଳେ ଚାଷ ଜମିରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଗ୍ରାମର ଚାଷୀ ଧନୁର୍ଯ୍ୟ ମଶ୍ରା ଓ କଛାର ପଡା ଗ୍ରାମର ଅନିରୁଦ୍ଧ ନାଏକ । ସେମାନେ ସମ୍ପର୍କରେ ଶଳା ଭିଣୋଇ ବୋଲି ସୂଚନା ମିଳିଛି । ସୂଚନା ମତେ ଆଜି ସକାଳେ ଦୁଇ ଜଣ ଚାଷୀ ବଡ଼ ପୋଡ଼ାଗୁଡା ନିକଟରେ ଥିବା ମୁଣ୍ଡୁରା ନଦୀ କୂଳରେ ଥିବା ଚାଷଜମିକୁ ମୋଟର ସାହାଯ୍ୟରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଘଟଣା ପରେ ପରିବାର ଲୋକେ ଉଦ୍ଧାର କରି ଆମପାଣି ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଆମପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଶବ ଜବତ କରିଛି ଓ ଘଟଣାର ତଦନ୍ତ ଜାରି ରଖିଛି । ଦୁଇ ଚାଷୀଙ୍କ ଦୁଃଖଦ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.