
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାଯତ ଉଚ୍ଚବିଦ୍ୟାଳୟ ପୁରେନାର ହିନ୍ଦୀ ଶିକ୍ଷକ ଲେଖ୍ରୁ ବାରିକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ, ପ୍ରଧାନ ଶିକ୍ଷକ ପ୍ରମୋଦ ନାଥ, ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟିର ସଭାପତି ଭୁମନ୍ୟୁ ସାହୁ, ମୋ ସ୍କୁଲ ଅଭିଯାନର ସଭାପତି ସଂଜୀବ ବେହେରା, ପୂର୍ବତନ ପ୍ରଧାନ ଶିକ୍ଷକ ରେଣୁଧର ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଟିକେଲାଲ୍ ସାହୁ, ପରିଚାଳନା କମିଟିର ସଦସ୍ୟ ରଣଜିତ ବୁଡେକ, ସ୍କୁଲ ଉନ୍ନୟନ ପରିଷଦର ସଦସ୍ୟ ମୁନା ଖାଁ ଓ ଜୟଲାଲ ଗୁରୁ ସମେତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ବାରିକଙ୍କ ଦୀର୍ଘ ୩୫ ବର୍ଷର ଚାକିରୀ କାଳରେ ସ୍କୁଲ ପ୍ରତି ତାଙ୍କର କର୍ତ୍ତବ୍ୟ ନିଷ୍ଠା ବିଷୟରେ ସମସ୍ତେ ତାଙ୍କର ବକ୍ତବ୍ୟ ରଖିଥିଲେ । ସ୍କୁଲ ତଥା ଛାତ୍ରଛାତ୍ରୀମାନଙ୍କ ତରଫରୁ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ପରିଶେଷରେ ଶ୍ରୀ ବାରିକ ତାଙ୍କର ସ୍ମୃତି ସ୍ମାରକୀ ସ୍ୱରୂପ ଏକ ବଉଳ ଚାରା ସ୍କୁଲ ପରିସର ମଧ୍ୟରେ ରୋପଣ କରିଥିଲେ । ପରିଚାଳନା କମିଟିର ସଦସ୍ୟ ଓ ସ୍କୁଲର କର୍ମଚାରୀଗଣ ଶ୍ରୀ ବାରିକଙ୍କୁ ତାଙ୍କର ଘର ପର୍ଯ୍ୟନ୍ତ ପାଛୋଡ଼ି ନେଇଥିଲେ ।