oom

ନିଃସ୍ୱାର୍ଥପର ଜନନାୟକ ଥିଲେ ନାରାୟଣ ସାହୁ : ଜଷ୍ଟିସ ମହାପାତ୍ର

jsmm

ବ୍ରହ୍ମପୁର : ବିଶିଷ୍ଟ ସମାଜବାଦୀ ନେତା ତଥା ଖଲିକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାରାୟଣ ସାହୁ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଥିଲେ ବୋଲି ନାରାୟଣ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବହୁବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । ବିଶିଷ୍ଟ ସମାଜବାଦୀ ନେତା ତଥା ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଶ୍ୱନାଥ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ନାରାୟଣ ସାହୁ ଜଣେ ନିଃସ୍ୱାର୍ଥପର ଜନନାୟକ ଓ ଗରିବ ଲୋକଙ୍କ ସାଥୀ ଥିଲେ । ଗୋଅ ମୁକ୍ତି ଆନ୍ଦୋଳନରେ ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କ କର୍ତ୍ତବ୍ୟନିଷ୍ଠ ଓ ସଚ୍ଚୋଟ ପଣିଆ ଆଜିର ପିଢ଼ି ପାଇଁ ପ୍ରେରଣାର ଉତ୍ସବ ବୋଲି ଜଷ୍ଟିସ୍‌ । ମହାପାତ୍ର ମତବ୍ୟକ୍ତ କରିଥିଲେ । କାର୍ଯ୍ୟକାରୀ ସଭାପତି ତଥା “ନବୀନ’ର ସମ୍ପାଦକ ରବି ରଥ ନାରାୟଣ ବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଆଲୋକପାତ କରିଥିଲେ । ସମାଜବିଜ୍ଞାନୀ ତଥା ବରିଷ୍ଠ ଆଇନଜୀବୀ ଭଗବାନ ସାହୁ ନିଜ ରାଜନୈତିକ ଜୀବନରେ ନାରାୟଣ ସାହୁଙ୍କ ପତିଆରାର ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଷ୍ଣୁଚରଣ ଚୌଧୁରୀ ଶ୍ରୀ ସାହୁଙ୍କ ରାଜନୈତିକ ଉତ୍‌ଥାନ ପତନର ଘଟଣା ବର୍ଣ୍ଣନା କରିବା ସହ ନିଜ ନିର୍ବାଚନମଣ୍ଡଳୀରେ ନାରାୟଣ ସାହୁଙ୍କ ଲୋକପ୍ରିୟତା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭୁବନେଶ୍ୱରସ୍ଥ ଲୋହିଆ ଏକାଡେମୀର ସଚିବ ଦେବ ପ୍ରସାଦ ରାୟ ଯୋଗଦେଇ ଲୋହିଆଙ୍କ ଅନୁଗାମୀ ନାରାୟଣ ସାହୁଙ୍କ ସମାଜବାଦୀ ଜୀବନଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚ୍ୟାଉ ପଟ୍ଟନାୟକ ସ୍ମୃତିଚାରଣ କରିଥିଲେ । ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ପୂର୍ବତନ ଉପନଗରପାଳ ନିରଞ୍ଜନ ଜେନା, ଶିକ୍ଷାବିତ୍‌ ଅଶୋକ କୁମାର ଦଳେଇ, ପ୍ରସନ୍ନ କୁମାର ନାୟକ, ଅବନୀ ଗୟା, ଆପ୍‌ର ରାଜ୍ୟ ସମ୍ପାଦକ କଲ୍ୟାଣ ଆନନ୍ଦ, ବରିଷ୍ଠ ତଥା ବର୍ଷୀଆନ୍‌ ସାମ୍ବାଦିକ ନରସିଂହ ସାହୁଙ୍କୁ “ନାରାୟଣ ସାହୁ ସ୍ମୃତି ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିବର୍ଷ ଜାନୁୟାରୀ ୯ ତାରିଖରେ ନାରାୟଣଙ୍କ ନିଜ ଗ୍ରାମ ତଥା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁରେ ସ୍ମୃତି ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମିତିର ସମ୍ପାଦକ ଦଣ୍ଡପାଣି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.