
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଏବେ ଦିନକୁ ଦିନ ଅଶାନ୍ତ ହେଉଛି, ପୁଣି ଜଣକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଟି ଘଟିଛି, ଛତ୍ରପୁର ଥାନା ଅଧିନସ୍ଥ ବ୍ରାହ୍ମଣିଆପଲ୍ଲୀ ଗ୍ରାମର ଲାଚ୍ଛେୟା ପାତ୍ର । ଗତକାଲି ଗ୍ରାମ ନିକଟରେ ଥିବା ରେଳ ଫାଟକ ନିକଟରେ ୭ ରୁ ୮ ଜଣ ବ୍ୟକ୍ତି କୌଣସି ଏକ କାରଣକୁ ନେଇ ଲାଚ୍ଛେୟାଙ୍କୁ ପିଟୁଥିଲେ, ଏହା ସୂଚନା ପାଇଁ ବାପା ଦିଲୁ ପାତ୍ର ଘଟଣା ସ୍ଥଳକୁ ଯାଇ ତାକୁ ଉଦ୍ଧାର କରିଥିଲେ । ପରେ ତାକୁ ଛତ୍ରପୁର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ, ଚିକିତ୍ସାଧିନ ଅବସ୍ଥାରେ ଶନିବାର ରାତ୍ରରେ ହିଁ ଲାଚ୍ଛେୟାର ମୃତ୍ୟୁ ହୋଇଥିଲା । ପରେ ଘଟଣା କୁ ନେଇ ମୃତକଙ୍କ ବାପା ଦିଲୁ ଛତ୍ରପୁର ଥାନାରେ ଅଭିଯୋଗ କରିବା ସହ ଯେଉଁ ମାନେ ତାଙ୍କ ପୁଅକୁ ପିଟୁଥିଲେ ସେମାନଙ୍କୁ ସେ ଚିହ୍ନିଥିବା ବିଷୟରେ ପୋଲିସ ନିକଟରେ କହିବା ସହ ଏତଲାରେ ମଧ୍ୟ୍ୟ ସେମାନଙ୍କ ନାମ ଦର୍ଶାଯାଇଛି । ୩୯୯/୨୪ ମାମଲା ରୁଜୁ କରିବା ସହ ଗ୍ରାମରେ ପୁଲିସ ପହଂଚି ତଦନ୍ତ କରୁଛି । ଅଭିଯୁକ୍ତ ମାନେ ଫେରାର ରହିଛନ୍ତି । ଛତ୍ରପୁର ମେଡିକାଲରେ ଶବକୁ ଜବତ କରିବା ସହ ଶବବ୍ୟବଛେଦ ପରେ ପରିବାରକୁ ପୋଲିସ ହସ୍ତାନ୍ତର କରିଛି ।