oom

ଶ୍ରୀଗୁଣ୍ଡିଚାରେ କରପଡା ଗ୍ରାମର ଶନି ମନ୍ଦିରର ୧୨ତମ ପ୍ରତିଷ୍ଠାତ୍ସୋବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମପଞ୍ଚାୟତର କରପଡା ଗ୍ରାମରେ ପ୍ରତିଷ୍ଠିତ ଶନି ମହାଦେବଙ୍କ ମନ୍ଦିରର ୧୨ତମ ପ୍ରତିଷ୍ଠାତ୍ସୋବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ପାରମ୍ପରୀକ ରୀତିନୀତିରେ ସମାହିତ ଏହି ମନ୍ଦିରର ପ୍ରତିଷ୍ଠାତ୍ସୋବ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇ ଏକ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଉପଲକ୍ଷେ ଲୋକକଳା ଓ ଲୋକାନୃତ୍ୟର ସମ୍ଭାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଶହସ୍ରାଧିକ ଭକ୍ତଙ୍କୁ ବିମୁଗ୍ଧ କରିଥିଲା । ଯୁବସମାଜସେବୀ ତଥା ମା’ରାମଚଣ୍ଡୀ ପୀଠର ସଂଯୋଜକ କମଳ କୁମାର ପଣ୍ଡା ଓ ସମାଜସେବୀ କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ)ଙ୍କ ମିଳିତ କରକମଳରେ ପ୍ରଦୀପ ପ୍ରଜ୍ୱଳନ କରି ଏହି ସାଂସ୍କୃତିକ ସମ୍ଭାରକୁ ଶୁଭାରମ୍ଭ କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ କରପଡା ପଞ୍ଚାୟତର ସରପଞ୍ଚ ଅଜୟ ନାୟକ, ପୂର୍ବତନ ସରପଞ୍ଚ ଭାସ୍କର ନାୟକ, ସମାଜସେବୀ ରାମ ନାୟକ, ଗ୍ରାମ ଅଧିକାରୀ ଦିବାକର ନାୟକ, ମା’ ରାମଚଣ୍ଡୀ ପୂଜା କମିଟୀର କୁଞ୍ଜ ନାୟକ, ନାରାୟଣ ଚର୍ତ୍ତୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଆୟୋଜିତ ଏହି ଆଧ୍ୟାତ୍ମିକ ସମାରୋହରେ ସକ୍ରୀୟ ଯୋଗଦାନ କରି ଏହାକୁ ସଫଲ୍ୟ ମଣ୍ଡନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଶନି ମନ୍ଦିର କମିଟିର ଅଧିକାରୀ ଚରଣ ନାୟକ, ସୁଶାନ୍ତ ନାୟକ, ଜଗା ନାୟକ, ଗୋବିନ୍ଦ ଚର୍ତ୍ତି, ସନ୍ତୋଷ ନାୟକ ପ୍ରମୁଖ ସକ୍ରୀୟ ଦାୟିତ୍ୱରେ ରହି ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.