
- ହସ୍ତତନ୍ତ ଓ ବୟନଶିଳ୍ପ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି – ଧର୍ମେନ୍ଦ୍ର ପ୍ରଧାନ
• ଅନୁଷ୍ଠାନର ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ଭେଟି ଆଲୋଚନା କଲେ
• ହସ୍ତତନ୍ତ ସାମଗ୍ରୀ ତିଆରି କରିବା ପାଇଁ ବ୍ୟବହୃତ ଅଭିନବ ପଦ୍ଧତି ଏବଂ ପାରମ୍ପରିକ କୌଶଳ ଦେଖି ବେଶ୍ ପ୍ରଭାବିତ
• ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟର ସଂରକ୍ଷଣ ସହ ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହିତ କରିବାରେ ଏହି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ
• କ୍ୟାମ୍ପସରେ ମା’ଙ୍କ ନାମରେ ଗଛଟିଏ ୨.୦ ଅଭିଯାନରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ
ବରଗଡ଼, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବରଗଡ଼ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ହ୍ୟାଣ୍ଡଲୁମ ଟେକ୍ନୋଲୋଜି (ଆଇଆଇଏଚ୍ଟିି) କ୍ୟାମ୍ପସ ପରିଦର୍ଶନ କରିଛନ୍ତି । ଶ୍ରୀ ପ୍ରଧାନ ଅନୁଷ୍ଠାନର ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ଭେଟି ଆଲୋଚନା କରିବା ସହ କହିଛନ୍ତି ଯେ ହସ୍ତତନ୍ତ ଓ ବୟନଶିଳ୍ପ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବା ଏବଂ କାରିଗରମାନଙ୍କୁ ସଶକ୍ତ କରିବାରେ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ହ୍ୟାଣ୍ଡଲୁମ ଟେକ୍ନୋଲୋଜି ପ୍ରତିଷ୍ଠାନ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ହସ୍ତତନ୍ତ ସାମଗ୍ରୀ ତିଆରି କରିବା ପାଇଁ ଏଠାରେ ବ୍ୟବହୃତ ଅଭିନବ ପଦ୍ଧତି ଏବଂ ପାରମ୍ପରିକ କୌଶଳ ଦେଖି ମୁଁ ବେଶ୍ ପ୍ରଭାବିତ । ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟର ସଂରକ୍ଷଣ ସହ ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହିତ କରିବାରେ ଏହି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଷ୍ଠାନ ପରିସରରେ ମା’ଙ୍କ ନାମରେ ଗଛଟିଏ ୨.୦ ଅଭିଯାନରେ ବୃକ୍ଷରୋପଣ କରିଥିଲେ । ପରିବେଶର ସୁରକ୍ଷା ପାଇଁ ସମସ୍ତେ ସଚେତନ ନାଗରିକ ଭାବେ ଗଛ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ ।