oom

ହୃଦୟ ବିଦାରକ ଘଟଣା ; ଏକା ସାଙ୍ଗରେ ଜଳିଲା ୩ ଭାଇଙ୍କ ଜୁଇ

jsmm

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡ଼ା ସାହିର ୩ ସଂପର୍କୀୟ ଭାଇଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ସାଗର ଜୈନ, ଅଙ୍କୁର ଜୈନ ଓ କ୍ରିସ୍ ଜୈନ । ଏକା ସହିତ ୩ଟି ଜୁଇରେ ଜଳିଲା ୩ ଭାଇଙ୍କ ଚିତା । ଶୋକାକୁଳ ପରିବେଶରେ ସରିଲା ଶବଦାହ କାର୍ଯ୍ୟ । ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡ଼ା ସାହିର ୩ ସଂପର୍କୀୟ ଭାଇଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ସାଗର ଜୈନ, ଅଙ୍କୁର ଜୈନ ଓ କ୍ରିସ୍ ଜୈନ । ପୁଫୁଗାଁ ଯାଉଥିବା ବେଳେ ଝରିଗାଁ ଡାବୁଗାଁ ମୁଖ୍ୟ ରାସ୍ତା ଡାଇନିଗୁଡ଼ା ନିକଟରେ କାର୍ ଗଛରେ ପିଟି ହେବାରୁ ସେମାନଙ୍କ ମୃତ୍ୟୁ ଘଟିଛି । ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, କ୍ରିସ୍‌ଙ୍କୁ ବିଶାଖାପାଟଣା ସ୍ଥାନାନ୍ତର ବେଳେ ସାଲୁର ଘାଟି ନିକଟରେ ମୃତ୍ୟୁ ହୋଇଯାଇଥିଲା । ଗତକାଲି ଝରିଗାଁ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ଏକା ସାଙ୍ଗରେ ଜଳିଥିଲା ୩ଟି ଜୁଇ । ଯାହାକି ସ୍ଥାନୀୟ ଅଞ୍ଚଳରେ ହୃଦୟ ବିଦାରକ ପରିବେଶ ସୃଷ୍ଟି କରିଥିଲା ।

jittmm
Leave A Reply

Your email address will not be published.