oom

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଏକ ମେଗା ରକ୍ତଦାନ ଶିବିର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଗୁରୁବାର ଆୟୋଜିତ ହୋଇଯାଇଛି । ଛତ୍ରପୁର ସହରର ଶବ କୁମାର୍ ପଟ୍ଟନାୟକ ରିଡ଼ିଙ୍ଗ ରୁମ୍ କୋଠାରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିର ଆୟୋଜନ କରି କେନ୍ଦ୍ର ମନ୍ତ୍ରୀଙ୍କ ଜନ୍ମଦିନ ଖୁସି ମନାଇ ପାଳିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବି. ଶଙ୍କର ରେଡ୍ଡୀ ତଥା ବହୁ ବିଜେପି ନେତା, କର୍ମୀ, ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଏହି ମେଗା ରକ୍ତଦାନ ଶିବିରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫୦୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ କୁମାର ସାବତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବୃକ୍ଷରୋପଣ ସହ ଏହାକୁ ଅନୁଷ୍ଠାନିକ ଉଦଘାଟନ କରିଥିଲେ । ଏଥି ସହ ଉପସ୍ଥିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ଏମ.କେ.ସି.ଜି. ମେଡିକାଲର ରକ୍ତ ଭଣ୍ଡାରରେ ରକ୍ତ ଅଭାବ ରହିଥିବା ବେଳେ ଏହି ରକ୍ତଦାନ ଶିବିର କିଛି ମାତ୍ରାରେ ରକ୍ତର ଅଭାବ ଦୂର କରିବ ବୋଲି ସାଧାରଣରେ କହିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସମେତ ବହୁ ସ୍ୱେର୍ଚ୍ଛାସେବୀ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଥିଲେ ।

jittmm
Leave A Reply

Your email address will not be published.