jayashree

ପାର୍ବତୀ ଗିରି ବାଳ ନିକେତନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ : ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଆକସ୍ମିକ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅଥିତି ଭାବେ ଶିଶୁ ମଙ୍ଗଳ ସମିତିର ସଭ୍ୟ ଶ୍ରୀଯୁକ୍ତ ବିରଞ୍ଚି ବହିଦାର ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ, ମୁଖ୍ୟ ବକ୍ତା ଭାବେ ଡା ପ୍ରକାଶ ଦାଶ ଓ ଅନୁଷ୍ଠାନର ସଭାନେତ୍ରୀ ଶାନ୍ତିଲତା ବହିଦାର ଅଂଶ ଗ୍ରହଣ କରିଥିଲେ ।

ସାଧାରଣତନ୍ତ୍ର ବିଷୟରେ ଅନ୍ତେବାଶୀ ଅନ୍ତେବାଶିନୀମାନଙ୍କୁ ଉଦବୋଧନ ଦେଇଥିଲେ । ତା’ ସହିତ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ ଚଞ୍ଚଳ ରାଣା ଆକସ୍ମିକ ପରିଦର୍ଶନ କରି ଅନ୍ତେବାଶି ଅନ୍ତେବାଶିନୀମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ସଭାରେ ଜିଲ୍ଲାପାଳ ଦୁଇଜଣ ଶିଶୁ ନେହା କୁମ୍ଭାର ଏବଂ ଅଙ୍କିତା ବିଶ୍ୱାଳଙ୍କୁ ସାଧାରନତନ୍ତ୍ର ଦିବସ ଉପଲକ୍ଷେ କହିବା ପାଇଁ କହିଥିଲେ । ଉକ୍ତ ଦୁଇ ଶିଶୁଙ୍କର ଅଭିଭାଷଣ ଶୁଣି ଜିଲ୍ଲାପାଳ ମହୋଦୟ ପ୍ରସଂଶା କରିଥିଲେ ଏବଂ ଶିଶୁ ମାନଙ୍କୁ ଫଳ ବଣ୍ଟନ କରିଥିଲେ । ଜିଲ୍ଲାପାଳଙ୍କ ସହିତ ଜିଲ୍ଲାର ବିଭିନ୍ନ ପଦଧିକାରୀ ଅଂଶ ଗ୍ରହଣ କରିଥିଲେ, ଯଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ସିଂ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରୁ ଚୂଡାମଣି ପଣ୍ଡା ଓ ଅରୁଣ ଖୁଆଶ ଯୋଗ ଦେଇଥିଲେ ।

Leave A Reply

Your email address will not be published.