
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ରାଧାକୃଷ୍ଣ ମନ୍ଦିର, ସଦାଇପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ଇଂ ପ୍ରଫୁଲ୍ଲ କୁମାର ସାହୁ, ପ୍ରଥମରେ ଆମ ମଂଚର ସଦସ୍ୟ ଅନୁପ କୁମାର ମହାନ୍ତିଙ୍କର ପରଲୋକ ଗମନ ହେତୁ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଂପାଦକୀୟ ବିବରଣୀ ପାଠ କରିଥିଲେ ସାଧାରଣ ସଂପାଦକ ଅଶୋକ କୁମାର ଚାନ୍ଦ ଓ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ । ଆଗାମୀ ଦିନରେ ମଂଚର ସଦସ୍ୟମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର, ଚକ୍ଷୁ ପରୀକ୍ଷା ଶିବିର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ମାନ୍ୟବର ବିଧାୟକ, ବଲାଙ୍ଗିର ତଥା ଅଧ୍ୟକ୍ଷା ବଲାଙ୍ଗିର ନଗରପାଳଙ୍କ ସହିତ ସାକ୍ଷାତ କରି ମଂଚର କାର୍ଯ୍ୟାଳୟ ପାଇଁ ଏକ ଘର ଯୋଗାଇ ଦେବା ପାଇଁ ଅନୁରୋଧ କରାଯିବ । ଏତଦ୍ ବ୍ୟତିତ ଆଗାମୀ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ମନୋନୟନ ପ୍ରକ୍ରିୟାରେ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ନିର୍ବାଚନ କମିଟି ଅଧ୍ୟକ୍ଷ ଚିତ୍ତ ରଂଜନ ପଟେଲ, ତିନିଜଣ ସଭ୍ୟ ଜୟଚନ୍ଦ୍ର ସାହୁ, ପୀତବାସ ପଣ୍ଡା ଓ ବିଶ୍ୱନାଥ ତ୍ରିପାଠୀ ମନୋନୀତ ହୋଇଥିଲେ । ନିର୍ବାଚନ କମିଟି ବିଭିନ୍ନ ପରାମର୍ଶ କଲା ପରେ ମଂଚର କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରିଥିଲେ । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ, ଚାରିଜଣ ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ, ଧନଞ୍ଜୟ ମିଶ୍ର, ଦୁର୍ଗା ପ୍ରସାଦ ହୋତା ଓ ଅଶୋକ କୁମାର ମିଶ୍ର (ଓକିଲ), ସଭାପତି ପ୍ରଭାକର ମିଶ୍ର, ଦୁଇ ଜଣ ଉପସଭାପତି ହରେକୃଷ୍ଣ ମେହେର ଓ ଅଶୋକ କୁମାର ଚାନ୍ଦ, ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ, ଅତିରିକ୍ତ ସାଧାରଣ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଳ, ଯୁଗ୍ମ ସଂପାଦକ ଦୁଇ ଜଣ ଗୌର ଚନ୍ଦ୍ର ପୁରୋହିତ ଓ ପୂର୍ଣ୍ଣଚନ୍ଦ୍ର ମେହେର, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, କାର୍ଯ୍ୟାଳୟ ସଂପାଦକ ନରେନ୍ଦ୍ର କବାଟ, କୋଷାଧ୍ୟକ୍ଷ ଡୁଡେନ୍ଦ୍ର କୁମାର ବେହେରା, ଛଅ ଜଣ କାର୍ଯ୍ୟକାରୀ ସଭ୍ୟ ବିପିନ ବିହାରୀ ପୁରୋହିତ, ପ୍ରମୋଦ କୁମାର ମିଶ୍ର, ଦୟାସାଗର ପଟେଲ, ନବୀନ କୁମାର ନନ୍ଦ, ପ୍ରମୋଦ କୁମାର ଗୁରୁ ଓ ସୁରେନ୍ଦ୍ର ନେଗୀ, ୧୦ ଜଣ ଗୋଷ୍ଠୀ ସଂଗଠକ ଛାୟାକାନ୍ତ ସାହୁ, ପ୍ରଦ୍ୟୁମ୍ନ ଗଡତ୍ୟା, ମଥାମଣି ପଣ୍ଡା, ପ୍ରଦୀପ କୁମାର ଶତପଥୀ, ଗଣେଷ ଚନ୍ଦ୍ର ପାଢୀ, ବ୍ରଜ କିଶୋର ପଣ୍ଡା, ତ୍ରିଲୋଚନ ଦାସ, ଶିବ ନାରାୟଣ ରଥ, କୃଷ୍ଣଚନ୍ଦ୍ର ନାଥ ଓ ବିଜୟ କୁମାର ବାଗ । ନୂତନ ଭାବରେ ସଦସ୍ୟତା ଗ୍ରହଣ କରିଥିବା ବିଷ୍ଣୁ ପ୍ରସାଦ କେଡିଆ, ଭକ୍ତ ପ୍ରସାଦ ମିଶ୍ର ଓ ରାମ ଶଙ୍କର ଶତପଥିଙ୍କୁ ମଂଚ ତରଫରୁ ସ୍ୱାଗତ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କପିଳେଶ୍ୱର ଖମାରୀ ।