oom

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ନକଲି ଡାକ୍ତରଙ୍କ ସହ ସହଯୋଗୀ ମହିଳା : ଜଣେ ଅଙ୍ଗନାବାଡି ଦିଦି ଗିରଫ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଘଟଣାରେ ନକଲି ଡାକ୍ତରଙ୍କ ସହ ଜଣେ ସହଯୋଗୀ ମହିଳାଙ୍କ ସହ ଜଣେ ଅଙ୍ଗନାବାଡି ଦିଦି ଗିରଫ ହୋଇଛନ୍ତି । ପ୍ରକାଶ ଯୋଗ୍ୟ ଯେ’ ମାଗଣାରେ ବି.ଏସ୍‌.ସି.ନର୍ସିଂ କୋର୍ସ ସହ ରହିବା, ଖାଇବା ବ୍ୟବସ୍ଥା କରାଇ ଦେବାର ପ୍ରଲୋଭନ ଦେଖାଇ ଜଣେ ୧୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ଜଣେ ନକଲି ଡାକ୍ତରଙ୍କ ସହ ଜଣେ ଅଙ୍ଗନାବାଡି ଦିଦି ଓ ଡାକ୍ତରଙ୍କର ଖାସ୍ ଲୋକ ଜଣେ ଯୁବତୀଙ୍କୁ ଗିରଫ କରିଥିବା ଜଣାଯାଇଛି । ଗତ ୨୩ ତାରିଖ ରାତିରେ ପୀଡ଼ିତା ଏବଂ ତାଙ୍କ ମାଉସୀ ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ କେସ୍ ନମ୍ବର ୩୧୪/୧୫ରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତଥା ନକଲି ଡାକ୍ତର ଭବାନୀ ଶଙ୍କର ଦାସଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଭବାନୀ ପାଟପୁର ଥାନା ପୋଡ଼ାମାରି ଗ୍ରାମର ମୂଳ ନିବାସୀ ହୋଇଥିବା ବେଳେ ବର୍ତ୍ତମାନ ବୈଦ୍ୟନାଥପୁର ଥାନା ଅଧୀନସ୍ଥ ଖୋଡ଼ାସିଙ୍ଗି ସ୍ଥିତ ନିରଞ୍ଜନ ନଗରରେ ରହୁଛନ୍ତି ବୋଲି କୁହାଯାଏ । ଏମ.କେ.ସି.ଜି.ରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି । ପୋଲିସ ତଦନ୍ତ ବେଳେ ଅଭିଯୁକ୍ତ ଜଣକ ଜଣେ ନକଲି ହୋମିଓପାଥିକ ଡାକ୍ତର ବୋଲି ଜଣାପଡ଼ିଛି । ନାବାଳିକା ଦୁଷ୍କର୍ମ ଘଟଣାରେ ସହଯୋଗ କରିଥିବା ଅନ୍ୟ ଦୁଇ ମହିଳାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ଦୁଇ ମହିଳା ହେଲେ ସ୍ଥାନୀୟ ଭିଆଇପି କଲୋନିର ପ୍ରିୟଙ୍କା ସାହୁ (୨୧) ଏବଂ ଅନ୍ୟ ଜଣେ ଅଙ୍ଗନବାଡ଼ି କର୍ମୀ (୫୦) ଯିଏ ପୀଡ଼ିତାଙ୍କୁ ଅଭିଯୁକ୍ତଙ୍କ ପାଖକୁ ପଠାଇଥିଲେ ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଡାକ୍ତର ଭବାନୀ ବ୍ରହ୍ମପୁର ମହାନଗର ନିଗମର କୋର୍ଟପେଟା ଅଞ୍ଚଳରେ ବାଜପେୟୀ ଆରୋଗ୍ୟମ୍ ନାମକ ଏକ କ୍ଲିନିକ୍ କରିଛନ୍ତି । ପୀଡ଼ିତାଙ୍କ ମା’ଙ୍କୁ ଜଣେ ଅଙ୍ଗନବାଡ଼ି କର୍ମୀ ଡାକ୍ତର ଭବାନୀଙ୍କ ନିକଟକୁ ପଠାଇଥିଲେ । ଅଙ୍ଗନବାଡ଼ି କର୍ମୀ ଜଣଙ୍କ ଡାକ୍ତର ଭାବନୀଙ୍କୁ ଜାଣିଥିବା ଏବଂ ସେ ଗରିବ ଲୋକଙ୍କୁ ମାଗଣାରେ ଶିକ୍ଷା ଓ ରହିବା ବ୍ୟବସ୍ଥା ଯୋଗାଉଥିବା ବିଷୟରେ ସେ କହିଥିଲେ । ଅଙ୍ଗନବାଡ଼ି କର୍ମୀଙ୍କ କଥାରେ ବିଶ୍ଵାସ କରି ପୀଡ଼ିତାଙ୍କ ମା’ ଝିଅକୁ ମାଉସୀ ସହ ଡାକ୍ତର ଭବାନୀଙ୍କ ନିକଟକୁ ପଠାଇଥିଲେ । ଗତକାଲି ପୀଡ଼ିତା ଏବଂ ତାଙ୍କ ମାଉସୀ କୋର୍ଟପେଟ୍ଟା ସ୍ଥିତ ରାଜାରାଣୀ ଆପାର୍ଟମେଣ୍ଟରେ ଥିବା ବାଜପେୟୀ ଆରୋଗ୍ୟମ୍‌କୁ ଯାଇ ଡା. ଭାବନୀଙ୍କ ସହ କ‌ଥାବାର୍ତ୍ତା କରି ଝିଆରୀକୁ ଛାଡ଼ି ଆସିଥିଲେ । ସନ୍ଧ୍ୟା ୭ଟାରେ ନାବାଳିକାଙ୍କୁ ଉକ୍ତ ଆପାର୍ଟମେଣ୍ଟର ତୃତୀୟ ମହଲାର ୩୦୨ ନମ୍ବର ରୁମ୍‌କୁ ନେଇଥିଲେ । ସେଠାରେ ପ୍ରିୟଙ୍କା ସାହୁ ନାମକ ଜଣେ କର୍ମଚାରୀ ନାବାଳିକାଙ୍କୁ ପିଇବା ପାଇଁ ପାଣି ଦେଇଥିଲେ । ଏହାପରେ ନକଲି ଡାକ୍ତର କୁହାଯାଉଥିବା ଭବାନୀ ନାବାଳିକାଙ୍କୁ ବେଡ଼ରୁମ୍‌କୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତକାଲି ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଯାଇ ତଦନ୍ତ କରିଥିବା ବ୍ରହ୍ମପୁର ଏସ୍‌.ପି. ଏକ ପ୍ରେସ୍ ମିଟ୍‌ରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.