
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଖେଳ ପଡ଼ିଆ ନିକଟସ୍ଥ ଏକ ଡ୍ରେନରେ ବର୍ଷା ପାଣିରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ତେବେ ଉକ୍ତ ବ୍ୟକ୍ତି ଜଣକ ଜୀବତ ଅଛନ୍ତି କି ନା ନାହିଁ ତାହା ମେଡ଼ିକାଲ ନେଲା ପରେ ବି ଏ ଯାଏ ଜଣାପଡି ନାହିଁ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଉକ୍ତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ କେଉଁଠାରୁ ସେହି ବ୍ୟକ୍ତି ଉକ୍ତ ଡ୍ରେନରେ ଭାସି ଆସିଲେ, ତାହା ବି ସ୍ପଷ୍ଟ ଜଣାପଡିନାହିଁ । ଏବେ ଘଟଣା ସମ୍ପର୍କରେ ଅଧିକା ତଥ୍ୟ ଜାଣିବା ପାଇଁ ବହୁ ଲୋକ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭିଡ଼ ହୋଇଥିବା ଜଣାଯାଇଛି ।