
ପଦ୍ମପୁର, (ନିରୋଜ କୁମାର ପାଣୀ) : ପିଏମ ପଦ୍ମପୁର ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ଅବକାରୀ ବିଭାଗ ଆନୁକୂଲ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତା ହୋଇଯାଇଛି । ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ବିଦ୍ୟାଳୟର ୩୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବକ୍ତୃତା ପ୍ରତିଯୋଗିତା ପ୍ରତିଯୋଗୀତାରେ ସାଇ ଶ୍ରୀୟା ଦାସ, ସହେଲୀ ସାହୁ, ଆକାଶ ସରାଫ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଦୀପ ଶିଖା ଗଡତିଆ, ପ୍ରଜ୍ଞାଶ୍ରୀ ପ୍ରଧାନ, ଅଙ୍କୁଶ କୁମାର ବାରିକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପବିତ୍ର କୁମାର ସାହୁ, ପୂଜାରାଣୀ ନାୟକ ଓ ଅମୃତା ବାରିକ ବିଚାରକ ଦାୟିତ୍ଵ ତୁଲାଇ ଥିଲେ । ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅବକାରୀ ବିଭାଗ ତରଫରୁ ସମର ଜିତ୍ ଦାଶ, ଲକ୍ଷ୍ମୀଧର ମାଝୀ, ପ୍ରଶାନ୍ତ ବାଗ, ତରକାନ୍ତି ଭୁଏ, ଧର୍ମେନ୍ଦ୍ର ବେହେରା ଯୋଗ ଦେଇଥିଲେ । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସୁରେଶ ଚନ୍ଦ୍ର ଚୌହାନ ଓ ରବି ନାରାୟଣ ପଣ୍ଡା ଉପସ୍ଥିତ ଥିଲେ ।