pr

ଭାରତୀୟ ଜନତା ପାର୍ଟିର ୨ଟି ଗୋଷ୍ଠୀ ସମାନ୍ତରାଳ ଭାବେ ବଳିଦାନ ଦିବସ ପାଳନ

dr. purohit

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ଦଳର କର୍ମି ୨ଟି ଗୋଷ୍ଠୀରେ ଭାରତୀୟ ଜନସଂଘ ସଂସ୍ଥା ଅଧ୍ୟାପକ ଡ. ଶ୍ୟାମାପ୍ରସାଦ ମୁଖର୍ଜୀଙ୍କ ବଳିଦାନ ଦିବସ ଗତ ସୋମବାର ପାଳନ କରିଥିବା ସୂଚନା ମିଳିଛି । ପୂର୍ବାହ୍ନରେ ଝାରମୁଣ୍ଡା ଖେଳପଡିଆ କମ୍ୟୁନିଟି ସେଣ୍ଟରରେ ୩୪ନଂ ଜୋନ ପ୍ରଭାରୀ ସିତାରାମ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଏମପି ପ୍ରତିନିଧି ବାଳକୃଷ୍ଣ ଧରୁଆ, ପୂର୍ବତନ ୩୪ନଂ ଜୋନ ମଣ୍ଡଳ ସଭାପତି କିଶୋର କୁମାର ପଟେଲ, ଆନନ୍ଦ ମେହେର ପ୍ରମୁଖ ଅନେକ କର୍ମି ଯୋଗଦେଇଥିଲେ । ସେହିପରି ଅପରାହ୍ନରେ ୩୩ନଂ ଜୋନ ପୂର୍ବତନ ମଣ୍ଡଳ ସଭାପତି ସରୋଜ ସାହୁଙ୍କ ଅଧ୍ୟକ୍ଷତାରେ ଲୋଇସିଂହା ବସଷ୍ଟାଣ୍ଡ ପାଖ ଗୌରାଙ୍ଗ ନାଏକଙ୍କ ସ୍କ୍ରିନ ପ୍ରିଣ୍ଟ ଦୋକାନ ସାମନାରେ ସୁନିଲ ଦାଶ, ସୁଦିପ ସା, ଆଦି କିଛି ଭାଜପା କର୍ମି ଶ୍ୟାମାପ୍ରସାଦ ମୁଖର୍ଜୀଙ୍କ ବଳିଦାନ ଦିବସ ପାଳନ କରିଥିଲେ ।

nrusinghnath
Leave A Reply

Your email address will not be published.