pr

ବଙ୍ଗୋମୁଣ୍ଡାରେ ବିଜେପି ସମବାୟ ପ୍ରକୋଷ୍ଠର ସାଙ୍ଗଠନିକ ବୈଠକ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ବିଜେପି ସମବାୟ ପ୍ରକୋଷ୍ଠର ଜିଲ୍ଲା ସାଙ୍ଗଠନିକ ବୈଠକ ଜିଲା ସଂଯୋଜକ ରାଜୀବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ରଞ୍ଜନ ମଙ୍ଗରାଜ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, ବିଧାୟକ ପ୍ରତିନିଧି ଯୌବନ ବାଗ, ବଙ୍ଗୋମୁଣ୍ଡା ମଣ୍ଡଳ ସଭାପତି ପବିତ୍ର ପୋଢ଼, ଗଁରେଇ ମଣ୍ଡଳ ସଭାପତି ପ୍ରଦୀପ ବଛା, ସିନ୍ଧେକେଲା ମଣ୍ଡଳ ସଭାପତି ନରେନ୍ଦ୍ର ରଣା, ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା ପ୍ରମୁଖ ମଞ୍ଚାସୀନ ଥିଲେ । ଓଡ଼ିଶାରେ ଭିନ୍ନ ଏକ ସମବାୟ ଆନ୍ଦୋଳନ ପାଇଁ ବିଜେପି ଦଳ ଏବଂ ରାଜ୍ୟ ସରକାର ନିଷ୍ପତ୍ତି ନେଇଛି । କେନ୍ଦ୍ରର ସମବାୟ ମନ୍ତ୍ରୀ ଅମିତ ଶାହା ସମବାୟ ଆନ୍ଦୋଳନକୁ ନୂଆ ରୂପ ଦେବା ପାଇଁ ଯାଉଛନ୍ତି ସେହି ଅନୁସାରେ ଓଡ଼ିଶାରେ ମଧ୍ୟ ସମବାୟର ଭିତ୍ତିଭୂମି ସୁଦୃଢ଼ ହେବ । ଦୀର୍ଘ ୨୪ ବର୍ଷ ହେବ ଓଡ଼ିଶାରେ ସମବାୟ ଅନୁଷ୍ଠାନ ବୁଡିଯାଇଛି । ପୁନର୍ବାର ସମବାୟ ଆନ୍ଦୋଳନ କରାଯିବ । ଆଗାମୀ ଦିନରେ ୪ ଟି ଜିଲ୍ଲାକୁ ନେଇ ବଲାଙ୍ଗିର ଠାରେ ଏକ ସମବାୟ ବିଭାଗ ନେଇ ସେମିନାର ଅନୁଷ୍ଠିତ ହେବ ଆଲୋଚନା କରାଯାଇଥିଲା । ସମବାୟ କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ସଂଗଠିତ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା । ଥବିର ଚନ୍ଦ୍ର ବାଗ ସଭା ସଂଯୋଜନା କରିଥିଲେ । ବିଜେପି ସମବାୟ ପ୍ରକୋଷ୍ଠର ଜିଲା ସଂଯୋଜକ ଅର୍ଦ୍ଧେନ୍ଦୁ ଦାସ ଯାଦବ, ନରସିଂହ ଥନାପତି, କ୍ଷୀରସିନ୍ଧୁ ବଛା, ଘନଶ୍ୟାମ ମନହୀରା, ଜଗଦୀଶ ସିଂ ଭୋଇ ପ୍ରମୁଖଙ୍କ ସହ ବହୁ ବ୍ୟକ୍ତି ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.