oom

ଡଃ. ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୭୩ତମ ବଳିଦାନ ଦିବସ ପାଳିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ରାଜନୀତିଜ୍ଞ ଜନସେବକ ଜନସଙ୍ଘର ସଂସ୍ଥାପକ ଡଃ. ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୭୩ତମ ବଳିଦାନ ଦିବସ ସୋମବାର ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ବିଜେପି କାର୍ଯ୍ୟଳେୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଡଃ. ମୁଖାର୍ଜୀଙ୍କ ସମାଜ ପ୍ରତି ଥିବା ଅସୀମ ତ୍ୟାଗ ନିଷ୍ଠାପର ବ୍ୟକ୍ତିତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଛତ୍ରପୁର ବାର୍‌ ଆସୋସିଏସନ୍‌ର ସଭାପତି ତଥା ଜିଲ୍ଲା ବିଜେପି ଲିଗାଲ୍ ସେଲ୍ ଅଧ୍ୟକ୍ଷା ଆଡଭୋକେଟ୍ ପ୍ରଦୀପ କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଡଃ. ମୁଖାର୍ଜୀଙ୍କ ଜୀବନଶୈଳୀ, ତାଙ୍କ ଆଦର୍ଶ ଜୀବନୀ ଓ ଜଣେ ଭାରତର ଜାତୀୟ ଶିକ୍ଷାବିତ ଭାବେ ତାଙ୍କର ମହାନ୍ ବ୍ୟକ୍ତିତ୍ଵର ପରିଚୟ ରହିଛି ବୋଲି ଦୃଷ୍ଟିପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଗଣ୍ୟମାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.