
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶାରୀରିକ ତଥା ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଅଧ୍ୟକ୍ଷ ବାରିକ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଯୋଗ ପ୍ରଶିକ୍ଷକ ଦେବେନ୍ଦ୍ର ସାହୁ ଏବଂ ଅଧ୍ୟାପକ ଅଙ୍କିତ କୁମାର ଦାସ ବିଭିନ୍ନ ପ୍ରକାର ଆସନ, ପ୍ରାଣାୟମ ଶିକ୍ଷା ଦେଇଥିଲେ । ଏହି ଦିବସକୁ ସାଫଲ୍ୟମଣ୍ଡିତ କରିବା ପାଇଁ ମହା ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଦୈନନ୍ଦିନ ଜୀବନରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଅଭ୍ୟାସ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।