ସନି ଲିଓନ ଛକ୍କା ମାରି ଭାଙ୍ଗିଲେ କାଚ : ଟୁଇଟ୍‌ କରି କହିଲେ କଣ ମୁଁ ଇଂଲଣ୍ଡ ପାଇଁ ନିଜ କିଟ୍‌ ପ୍ୟାକ୍‌ କରିବି କି ?

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସନି ଲିଓନ ନିକଟରେ ନିଜ ଟ୍ଵିଟର ହ୍ୟାଣ୍ଡେଲରୁ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସନି କ୍ରିକେଟ ଖେଳୁଥିବାର ନଜର ଆସୁଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ, ସନି ଲିଓନ ବ୍ୟାଟିଂ କରୁଛନ୍ତି । ସେ ଏତେ ଜୋର୍‌ରେ ଛକ୍କା ମାରୁଛନ୍ତି ଯେ ଝରକା କାଚ ଭାଙ୍ଗି ଦେଉଛନ୍ତି । ସେ ନିଜ ପରିବାର ସହିତ କ୍ରିକେଟ ଖେଳୁଛନ୍ତି । ଭିଡିଓରେ ଆକ୍ଟ୍ରେସ୍‌ ହଳଦିଆ ରଙ୍ଗର ଟି-ଶାର୍ଟ ଏବଂ କଳା ରଙ୍ଗର ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧିଥିବାର ଦେଖାଯାଉଛନ୍ତି । ଭିଡିଓ ଶେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘କଣ ମୋତେ ଇଂଲଣ୍ଡ ପାଇଁ ନିଜ କିଟ୍‌ ପ୍ୟାକ୍‌ କରିନେବା ଦରକାର କି ?’ ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.