oom

ସାମ୍ବାଦିକ ଭବନରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

jsmm
  • ସମାଜର ଉନ୍ନତିରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଳିତ ଶିକ୍ଷକ ସଙ୍ଘ, ବଲାଙ୍ଗିର ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସମ୍ବର୍ଦ୍ଧନା ଦିଆଯାଇଛି । ବାଳକୃଷ୍ଣ ମହାନନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡ଼ ରାଜ କିଶୋର ପାତ୍ର ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ରୂପେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତରଣୀ ସୁନା ଓ ଗୁଣମଣି ସୁନାନୀ ଯୋଗ ଦେଇଥିଲେ । ଶିକ୍ଷା ଅଧିକାରୀ ଲୋକନାଥ ସୁନା, ସମାଜସେବୀ ପାଣ୍ଡବ କୁମ୍ଭାର, ଦଳିତ ଶିକ୍ଷକ ସଂଘର ପୂର୍ବତନ ସଭାପତି ବାସୁଦେବ ମୁଗ୍ରୀ, ଏସ ସି ଏସ୍ଟି କର୍ମଚାରୀ ସଂଗଠନର ସମ୍ପାଦକ ରବି ସୁନା ପ୍ରମୁଖ ମଂଚାସୀନ ଥିଲେ । ବଲାଙ୍ଗିର ଜିଲ୍ଲାର କୋଣ ଅନୁକୋଣରୁ ପ୍ରାୟ ଚାଳିଶ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଗଲା । ସମ୍ପାଦକ ହେମନ୍ତ ବାରିକ ସ୍ୱାଗତ ବକ୍ତବ୍ୟଦେଇଥିବାବେଳେ କୋଷାଧ୍ୟକ୍ଷ ଲୋଚନ ଛତ୍ରିଆ ଧନ୍ୟବାଦ ଦେଇଥିଲେ । ଜିଲ୍ଲା ଦଳିତ ସମାଜର ଶମ୍ଭୁ ନାଗ, କିଶୋର କୁମ୍ଭାର, ଅର୍ଜୁନ ମୁଗ୍ରୀ, ସୀତାରାମ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ତରଣୀ ଦୀପ, ପବିତ୍ର ନାଗ ପ୍ରମୁଖ ଉପସ୍ଥିତ ଥିଲେ । ନେପାଲ ବାଗଙ୍କ ଦ୍ୱାରା ରଚିତ ସ୍ୱାଗତ ଗୀତ ଟିକୁ ଜନ୍ମ ବାରିକ, ଟିକୁ, ବିଶି ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ କବି ନେପାଲ ବାଗ ସଂଯୋଜନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବୃନ୍ଦାବନ ନାଗ, ରତିନ୍ଦ୍ର ରାୟ, ବୃଷବ ନାଗ, ବାଳକୃଷ୍ଣ ନାଗ, ପର୍ଶୁରାମ ସୁନା, କୃଷ୍ଣ ଚନ୍ଦ୍ର ବାଗ, ମହେନ୍ଦ୍ର ନାଗ ଚୌଧୁରୀ ତାଣ୍ଡି, ବିଶ୍ଵାମିତ୍ର ନାଗ, ରୁକ୍ମିଣୀ ସୁନା, ନୀଳକଣ୍ଠ ସୁନା ତଥା ସମସ୍ତ ଶିକ୍ଷକ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.