oom

ଜଗଦଲପୁରରେ ବିକାଶ ବାହନର ଶୁଭାରମ୍ଭ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ଗ୍ରାମ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ଆଜି ଗୁରୁବାର ଦିନ ଜଗଦଲପୁର ପଞ୍ଚାୟତରେ ପହଞ୍ଚି ଥିଲା । ପଞ୍ଚାୟତର ବୁଦ୍ଧିଜିବୀ ସର୍ବ ସାଧାରଣ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ସ୍ୱାଗତ ସମ୍ମର୍ଦ୍ଧନା ଜଣାଇଥିଲେ । ବ୍ଲକରୁ ଆଲୋକ ରଞ୍ଜନ ଚୌଧୁରୀ ସଂଯୋଜକ ଭାବେ ଯୋଗଦେଇ ଥିବାବେଳେ କାର୍ଯ୍ୟକ୍ରମକୁ ଜଗଦଳପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଚାଳନ କରିଥିବା ବେଳେ ସରପଞ୍ଚ ଗୋବର୍ଦ୍ଧନ ନାୟକ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ସାଂସଦ ପ୍ରତିନିଧି ଭାବେ ମଦନ ମୋହନ ପଟେଲ, ସମ୍ମାନିତ ଅତିଥି ଭାବେ ହରେକୃଷ୍ଣ ଯୋଗ ଦେଇ ସରକାରଙ୍କ ବିକାଶ ମୁଖୀ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ସୂଚନା ପ୍ରଦାନ କରିଥିଲେ । ଝାରବନ୍ଧ ବ୍ଲକରୁ ରାଜସ୍ୱ ବିଭାଗ, ସମନ୍ୱିତ ଶିଶୁ ବିକାଶ ଓ ସୁଭଦ୍ରା ଯୋଜନା, ପ୍ରାଣୀ ସଂପଦ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱଚ୍ଛ ଭାରତ ମିଶନ ତରଫରୁ ସରକାରୀ ପ୍ରତିନିଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅବସରରେ ହିତାଧିକାରୀଙ୍କୁ ଭତ୍ତା, ନୂତନ ରାସନ୍ କାର୍ଡ, ଅନ୍ତ୍ୟୋଦୟ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଆଜି ଏଇ ଶୁଭ ମୁହୁର୍ତ୍ତରେ ଜଙ୍ଗଲ ବିଭାଗ ଦ୍ୱାରା ଡାକ୍ତରଖାନା ଠାରେ ଚାରା ରୋପଣ ମଧ୍ୟ କରାଯାଇଥିଲା ।

jittmm
Leave A Reply

Your email address will not be published.