
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ପୋର୍ଟ କାର୍ଯ୍ୟରେ ନିୟୋଜିତ କରିବା ଦିଗରେ ମାଲ୍ ପରିବହନ ଅବା ଆମଦାନୀ ଓ ରତ୍ପାନୀ କ୍ଷେତ୍ରରେ ନିୟୋଜିତ କରିବା ନିମନ୍ତେ ଛତ୍ରପୁର ଅଞ୍ଚଳର ତିନୋଟି ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରଶାସନଠାରେ ଦାବୀ ଉଠାଇଛନ୍ତି । ଏନେଇ ଛତ୍ରପୁର ସ୍ଥିତ ଲିସା-ଗ୍ୟାଲେକ୍ସିଠାରେ ତିନୋଟି ଟ୍ରକ ମାଲିକ ସଂଘ ଯଥା – ଗଞ୍ଜାମ ଟ୍ରକ୍ ଆସୋସିଏସନ୍, ଗୋପାଳପୁର ଟ୍ରକ୍ ମାଲିକ୍ ସଂଘ, ମା’ ଦକ୍ଷିଣକାଳୀ ଟ୍ରକ୍ ମାଲିକ୍ ସଂଘ ତରଫରୁ ଏକ ପ୍ରେସ୍-ମିଟ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ସୂଚନା ଯୋଗ୍ୟ ଯେ’ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟ୍ରକ୍ ମାଲିକଙ୍କର ଟ୍ରକ୍ ପରିବହନ କ୍ଷେତ୍ରରେ ନିୟୋଜିତ ହେଲେ ଶ୍ରମିକଭାବେ ଆଞ୍ଚଳିକ ଟ୍ରକ୍, ଡ୍ରାଇଭର ଓ ହେଲ୍ପର୍ ତଥା ଅନ୍ୟଲୋକ ଶ୍ରମିକ ଭାବେ ନିୟୋଜିତ ହେବା ସାଂଗକୁ ଟ୍ରକ୍ ମାଲିକମାନେ ମଧ୍ୟ ତହିଁରେ କିଛି ପ୍ରାପ୍ୟ ପାଇ ସମସ୍ତେ ନିଜ ନିଜର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହେବେ । ବହୁ ଟ୍ରକ୍ ମାଲିକମାନେ ନିଜ ନିଜର ଋଣବାଡ଼ି କରି ବହୁତ କଷ୍ଟରେ ଟ୍ରକ୍ କିଣି ଥିବାବେଳେ ଟ୍ରକ୍ ମାଲିକମାନଙ୍କର ଆର୍ଥିକ ପରିସ୍ଥିତି ଖୁବ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଏଠାରେ ପ୍ରକାଶ କରାଯାଇଛି । ଯାହାକି ସ୍ଥାନୀୟ ଗୋପାଳପୁର ପୋର୍ଟ କମ୍ପାନୀ ପରିବହନ କ୍ଷେତ୍ରରେ ସୁଯୋଗ ନ ଦେବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ ବୋଲି ଦୃଢତାର ସହ ପ୍ରକାଶ କରାଯାଇଛି । ଏନେଇ ବାରମ୍ବାର ତଥା କିଛି ବର୍ଷ ହେଲା ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କଠାରେ ଏବଂ ଛତ୍ରପୁର ଉପ-ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ ଆଶୁ ଫୈସଲା ହୋଇନଥିବା ଏକ କ୍ଷୋଭର ବିଷୟ ବୋଲି କୁହାଯାଇଛି । ସ୍ଥାନୀୟ ଟ୍ରକ ଗୁଡିକୁ ମାଲ ପରିବହନ ପାଇଁ ଗୋପାଳପୁର ପୋର୍ଟରେ ସୁଯୋଗ ଦିଆଯାଉନି । ଏହାର ପ୍ରତିବାଦ କରିବା ସହ ୩ ଟି ଟ୍ରକ ମାଲିକ ସଂଘ ଏକାଠି ହୋଇଛନ୍ତି । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବୁ ବୋଲି ପ୍ରଶାସନଠାରେ ଟ୍ରକ୍ ମାଲିକମାନେ ଚେତାବନୀ ଦେଇଛନ୍ତି । ବାହାର ରାଜ୍ୟ ତଥା ଜିଲାର ଟ୍ରକ ଗୁଡିକୁ ଗୋପାଳପୁର ପୋର୍ଟରେ ମାଲ ପରିବହନ ପାଇଁ ସୁବିଧା ଦିଆଯାଉଥିବାବେଳେ ସ୍ଥାନୀୟ ତଥା ଗଞ୍ଜାମ ଜିଲ୍ଲାରର ଟ୍ରକ୍ ଗୁଡିକୁ ମାଲ ପରବହନ ପାଇଁ ସୁବିଧା ସୁଯୋଗ ଦିଆଯାଉନି । ଏନେଇ ଗଞ୍ଜାମ ଟ୍ରକ ମାଲିକ ସଂଘ, ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ଓ ମା’ ଦକ୍ଷଣକାଳୀ ପରିବହନ ମାଲିକ ସଂଘ ପକ୍ଷରୁ ମଙ୍ଗଳବାର ଛତ୍ରପୁରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବାହାର ଜିଲ୍ଲାର ଓ ରାଜ୍ୟର ଟ୍ରକକୁ ଗୋପାଳପୁର ପୋର୍ଟରେ ମାଲ ପରିବହନରେ ନିୟୋଜିତ କରିବା ବନ୍ଦ କରିବାକୁ ଉକ୍ତ ୩ ସଂଘ ପକ୍ଷରୁ ଦାବି ହୋଇଛି । ନଚେଚ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷ ଜିଲାପ୍ରଶାସନ ଏନେଇ ନଶୁଣିବାରୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଭେଟି ଉକ୍ତ ୩ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାଙ୍କ ପକ୍ଷରୁ ଏଥିରେ ହସ୍ତକ୍ଷେପ କରି ସମସ୍ୟା ସମାଧାନ ପାଇଁ ନିବେଦନ କରାଯାଇଛି । ବାହାର ରାଜ୍ୟ ଓ ଜିଲ୍ଲାରର ୪ ଟି ମାଲିକଙ୍କ ୩୦୦ ଟ୍ରକ ଅଛି ବୋଲି କୁହାଯାଏ । ସେମାନେ ହିଁ କେବଳ ଗୋପାଳପୁର ପୋର୍ଟକୁ ମାଲ ପରିବହନ କରୁଛନ୍ତି । ସେମାନଙ୍କର କୌଣସି ସଂଘ ନାହିଁ ବୋଲି କୁହାଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ଜି.ଭାସ୍କର ରେଡି, ଗଞ୍ଜାମ ଟ୍ରକ ମାଲିକ ସଂଘର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ଜେନା, ଉପସଭାପତି କାଳି ଚରଣ ସ୍ୱାଇଁ, ମା’ ଦକ୍ଷିଣକାଳୀ ପରିବହନ ମାଲିକ ସଂଘର କୋଷାଧ୍ୟକ୍ଷ ଅଙ୍ଗଦ ବିଶ୍ୱାଳ ପ୍ରମୁଖଙ୍କ ନେତୃତ୍ୱରେ ଉକ୍ତ ତିନୋଟି ଟ୍ରକ୍ ମାଲିକମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ତଥା ଟ୍ରକ୍ ପରିବହନ କର୍ମଚାରୀଙ୍କର ଜୀବିକା ନିର୍ବାହ ଦିଗରେ ବିଭିନ୍ନ ଦାବୀ ଉପସ୍ଥାପନା କରିଥିଲେ ।