
କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରର ୰ଦିନେସ ଭୋଇ (୨୩)ଙ୍କ ଶବ ମରଶରୀର ପହଞ୍ଚିଲା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ଅନୁସାରେ ମଦନପୁରର ଦିର୍ଜୁ ଭୋଇଙ୍କ ବଡ଼ପୁଅ ୰ଦିନେସ ଭୋଇ ତିନି ମାସ ତଳେ ହାଇଦ୍ରାବାଦର ଡାଇମଣ୍ଡ ବ୍ରିକ କମ୍ପାନିକୁ କାମ କରିବାକୁ ଯାଇଥିଲେ । ଜୁନ ୧୩ ତାରିଖ ଶୁକ୍ରବାର ଦିନ ସକାଳ ୬ଘଣ୍ଟା ସମୟରେ କମ୍ପାନୀରେ ମେସିନ ଚଳାଇଲା ବେଳେ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ । ସକାଳ ୧୦ ଘଣ୍ଟାରେ ଡାକ୍ତରଖାନା ନେବାରୁ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ରବିବାର ଆମ୍ବୁଲାନ୍ସ ଯୋଗେ ନିଜ ଜନ୍ମ ମାଟି ମଦନପୁର ପହଁଚିଲା ପରେ ସ୍ଥାନୀୟ ଶ୍ମଶାନରେ ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନାଙ୍କ ଉପସ୍ଥିତିରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ସେ ପରିବାରର ଏକ ମାତ୍ର ରୋଜଗାର ପୁଅ ହୋଇଥିବା ବେଳେ ଆଉ ତିନି ଗୋଟି ପୁଅ ଝିଅ ଓ ସ୍ତ୍ରୀଙ୍କୁ ନେଇ କେମିତି ଚଲିବେ ଏଥିପାଇଁ ସରକାରୀ ସହାୟତା ପାଇଁ ତାଙ୍କ ବାପା ଦିର୍ଜୁ ଭୋଇ ନିବେଦନ କରିଛନ୍ତି ।