ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ଛିଣ୍ଡିଯାଇ ତଲେ ଖସିପଡିଲା ତ୍ରିର‌ଙ୍ଗା

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ଷ୍ଟାଡିୟମ ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ । ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ତେବେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ହଠାତ୍ ତ୍ରିରଙ୍ଗା ଛିଣ୍ଡି ତଳେ ଖସି ପଡ଼ିଥିଲା । ହେଲେ ସେଠାରେ ଉପସ୍ଥିତ ଥିବା ପୁଲିସ ଓ ସୂଚନା ଲୋକ ସମ୍ପର୍କ ବିଭାଗ କର୍ମଚାରୀମାନେ ତୁରନ୍ତ ତ୍ରିରଙ୍ଗାକୁ ଧରି ନେଇଥିଲେ । କିଛି ସମୟ ପରେ ପୁନର୍ବାର ପତାକାକୁ ଆଉ ଥରେ ବାନ୍ଧି ଉତ୍ତୋଳନ କରିଥିଲେ ମୁଖ୍ୟଅତିଥି ।

Leave A Reply

Your email address will not be published.