
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ଆଜି କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ସାହାଣି କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜୁଲାଇରେ ହେବ । ଏ ପରିପ୍ରେକ୍ଷୀରେ ଜିଲ୍ଲା ଖେଳାଳି ଚୟନ ପାଇଁ ଜୁନ ୨୮ ତାରିଖରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଦଳରେ ଖେଳାଳି ୩୫ ବର୍ଷରୁ ଅଧିକ ହୋଇନଥିବେ ଓ ୧୯ ବର୍ଷରୁ କମ୍ ଅନ୍ୟୁନ ୪ ଜଣ ଖେଳାଳି ଥିବା ବାଧ୍ୟତାମୂଳକ ଅଟେ । ସମସ୍ତ ଖେଳାଳିଙ୍କ ଡିଜିଟାଲ ଜନ୍ମ ପ୍ରମାଣପତ୍ର କିମ୍ବା ହାଇସ୍କୁଲ ପାସ ସାର୍ଟିଫିକେଟ, ଆଧାର କାର୍ଡ ଓ ଗୋଟିଏ ଲେଖାଏଁ ପାସପୋର୍ଟ ସାଇଜ ଫଟୋ ସହ ଖେଳାଳି ରେଜିଷ୍ଟେସନ ଦେବାକୁ ପଡିବ । ଇଚ୍ଛୁକ ଅଂଶଗ୍ରହଣକାରୀ ଦଳ ଜୁନ ୨୩ ଓ ୨୪ ତାରିଖ ଦିନ ସକାଳ ଘ.୧୦ଠାରୁ ଅପରାହ୍ନ ଘ.୫ ମଧ୍ୟରେ ତାଙ୍କ ଆବେଦନ ଫର୍ମ ସହ ଖେଳାଳି ରେଜିଷ୍ଟେସନ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ଦେବାକୁ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ବୈଠକରେ କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସଂପାଦକ ହରିନାରାୟଣ ପୁଜାରି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ସଦସ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର, ଇଂ. ନାରାୟଣ ପ୍ରସାଦ ମିଶ୍ର, କୈଳାସ ଚନ୍ଦ୍ର କର୍ତ୍ତି, ଭୁପେନ୍ଦ୍ର ପ୍ରସାଦ ସିଂ ପ୍ରମୁଖ ଯୋଗ ଦେଇଥିଲେ । ସବିଶେଷ ସୂଚନା ପାଇଁ ହେମନ୍ତ କୁମାର ବେହେରା, ଶରତ କୁମାର ନନ୍ଦ ଓ ଡା. ସିର୍ଦ୍ଦେଶ୍ୱର ମିଶ୍ରଙ୍କ ସହ ଯୋଗାଯୋଗ ପାଇଁ ଅନୁରୋଧ । ପରିଶେଷରେ ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।