
ନୟାଗଡ : ରଜରେ ସବୁଠି ଉତ୍ସାହ-ଆନନ୍ଦ । ସମସ୍ତେ ଏହି ଗଣପର୍ବକୁ ଧୁିମ୍ଧାମ୍ରେ ପାଳନ କରୁଛନ୍ତି । ହେଲେ ପହିଲି ରଜରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ବଚସାରୁ ରକ୍ତପାତ ହୋଇଛି । ଛୁରାମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା ମିଳିଥିବା ସୂଚନା ଅନୁସାରେ, ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ପ୍ରସାଦ ପଞ୍ଚାୟତର ପାଣ୍ଡରସିଂହା ଗ୍ରାମର ଜଣେ ଯୁବକଙ୍କର ଛୁରାମାଡ଼ରେ ମୃତ୍ୟୁ ଘଟିଛି । ପଣ୍ଡାରସିଂହା ଗାଁର ପୁରୁଷୋତ୍ତତ୍ତମ ଓ ସୁନିଆ ମଧ୍ୟରେ କୌଣସି କାରଣ ନେଇ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଉଗ୍ରରୂପ ନେଇଥିଲା । ଦୁହେଁ ନିଶାରେ ଥିବାରୁ ହିତାହିତ ଜ୍ଞାନ ଭୁଲି ଥିଲେ । ରାଗକୁ ନିୟନ୍ତ୍ରଣ କରିପାରିନଥିଲେ । ଫଳରେ ସାମାନ୍ୟ ବଚସାରୁ ରକ୍ତପାତ ହୋଇଥିଲା । ବଚସା ମଧ୍ୟରେ ସୁନିଆ ଏକ ଛୁରୀରେ ପୁରୁଷୋତ୍ତମକୁ ଆଘାତ ଦେଇଥିଲା । ଛୁରୀକୁ ପୁରୁଷୋତ୍ତମଙ୍କ ଛାତିରେ ଭୁସିଥିଲା । ଆହତ ପୁରୁଷୋତ୍ତମଙ୍କୁ ଗଣିଆ ମେଡିକାଲକୁ ନିଆଯାଉଥିଲା । ସେଠାରେ ଡାକ୍ତର ପୁରୁଷୋତ୍ତମକୁ ମୃତ ଘୋଷଣା କରିଥିଲେ । ଖବରପାଇ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଘଟଣାସ୍ଥଳରେ ପହଞ୍ଚି ସୁନିଆକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛନ୍ତି ।