csstore

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୯ତମ ଆଞ୍ଚଳିକ ସମ୍ମିଳନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୯ ତମ ଆଞ୍ଚଳିକ ସମ୍ମିଳନୀ ଚମାଖଣ୍ଡି ପାର୍ଟି ଅଫିସ୍ ତରଫରୁ ସ୍ଥାନୀୟ ମଲ୍ଲିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସି.ଏଚ. ସତ୍ୟନାରାୟଣ ରେଡ୍ଡୀ, ଏନ୍. ଭାନୁମତୀ ରେଡ୍ଡୀ, ଦୁର୍ଯ୍ୟୋଧନ ପ୍ରଧାନଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ଏହି ୧୯ ତମ ଆଞ୍ଚଳିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ସାଥୀ ପ୍ରକାଶ ପାତ୍ର ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଚମାଖଣ୍ଡି ଆଞ୍ଚଳିକ ସମ୍ପାଦକ ସି.ଏଚ. ଜନାର୍ଦ୍ଦନ ରେଡ୍ଡୀ ରାଜନୈତିକ ରିପୋର୍ଟ ଉପସ୍ଥାପନା କରିଥିଲେ । ସେହିପରି ଏନ୍. ଗିରି ପ୍ରସାଦ ରେଡ୍ଡୀ, ସାଂଗଠନିକ ରିପୋର୍ଟ ଉପସ୍ଥାପନା କରିଥିଲେ । ସାଥୀ ଜୟନ୍ତ ଦାସ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, କେଶବ ନାହକ, କେଶବ ବେହେରା, ଏନ୍. ଗଙ୍ଗାଧର ରେଡ୍ଡୀ, ଗୁରୁନାଥ ପ୍ରଧାନ, ମାଗୁଣି ବିଷୋୟୀ, ସରସ୍ୱତୀ ପ୍ରଧାନ, ଡି. ଆଦିନାରାୟଣ ରେଡ୍ଡୀ, ପ୍ରମୁଖ ଯୋଗଦେଇ ଆଗମୀ ଦିନରେ ପାର୍ଟିକୁ ମଜବୁତ୍ କରିବା ଏବଂ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କଠାରେ ଦେଶରେ ଚାଲୁଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର, ଚୋରୀ, ଡକାୟତି, ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯିବା ନେଇ ଏବଂ ଦେଶରେ ଚାଲୁଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରି ଆଗମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ଆହ୍ୱାନ ଦିଆଯାଇଛି । କମ୍ୟୁନିଷ୍ଟ ପାର୍ଟିର ବର୍ଷୀୟାନ ନେତା ସିମାଞ୍ଚଳ ସାହୁ ପ୍ରାରମ୍ଭରେ ପାର୍ଟିର ପତାକା ଉତ୍ତୋଳନ କରିଥିଲେ ।

jayashree
Leave A Reply

Your email address will not be published.